ବିଶ୍ୱ ପ୍ରାର୍ଥନା ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ୬ ରେ

କେନ୍ଦ୍ରାପଡ଼ା,୦୪/୧୨/୨୦୨୩ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘର ସନ୍ୟାସିନୀ ଦିବ୍ୟସ୍ୱରୂପାନନ୍ଦ ମା’ଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ତା ୦୬.୧୨.୨୦୨୩ରିଖ (ବୁଧବାର) ଅପରାହ୍ନ ୩ ଘଟିକା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାନ୍ଟିନ ଛକସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ଜାନୁୟାରୀ ୧ ତାରିଖକୁ ପ୍ରସ୍ତାବିତ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବା ତଥା ବିଶ୍ୱ ମାନ୍ୟତା ପାଇବା ପାଇଁ ଆଲୋଚନା ସଭା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଉକ୍ତ ସଭାରେ ଦୀର୍ଘ ୫ ବର୍ଷ ହେବ ମାତା ମା’ଙ୍କ ଆହ୍ୱାନ ଏବଂ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ପ୍ରାର୍ଥନା ଦିବସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଆଗାମୀ ଦିନରେ ଏହା କିପରି ସାରା ପୃଥିବୀରେ ପାଳନ କରାଯାଇ ବିଶ୍ୱ ପ୍ରାର୍ଥନା ଦିବସର ମାନ୍ୟତା ଲାଭ କରିବ ସେ ଦିଗରେ ଆଲୋଚନା ଓ ମତାମତ ନିଆଯାଇ କାର୍ଯ୍ୟପନ୍ଥା ଗହଣ କରାଯିବ । ପରେ ପରେ ଅପରାହ୍ନ ୫ ଘଟିକା ସମୟରେ ଏକ ପତ୍ରକାର ସମ୍ମିଳନୀ କରାଯାଇ ଏ ସର୍ମ୍ପକରେ ଗଣମାଧ୍ୟମକୁ ଅବଗତ କରାଯିବ ।

Leave a Reply

Your email address will not be published. Required fields are marked *