କେନ୍ଦ୍ରାପଡ଼ା,୦୪/୧୨/୨୦୨୩ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘର ସନ୍ୟାସିନୀ ଦିବ୍ୟସ୍ୱରୂପାନନ୍ଦ ମା’ଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ତା ୦୬.୧୨.୨୦୨୩ରିଖ (ବୁଧବାର) ଅପରାହ୍ନ ୩ ଘଟିକା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାନ୍ଟିନ ଛକସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ଜାନୁୟାରୀ ୧ ତାରିଖକୁ ପ୍ରସ୍ତାବିତ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବା ତଥା ବିଶ୍ୱ ମାନ୍ୟତା ପାଇବା ପାଇଁ ଆଲୋଚନା ସଭା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଉକ୍ତ ସଭାରେ ଦୀର୍ଘ ୫ ବର୍ଷ ହେବ ମାତା ମା’ଙ୍କ ଆହ୍ୱାନ ଏବଂ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ପ୍ରାର୍ଥନା ଦିବସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଆଗାମୀ ଦିନରେ ଏହା କିପରି ସାରା ପୃଥିବୀରେ ପାଳନ କରାଯାଇ ବିଶ୍ୱ ପ୍ରାର୍ଥନା ଦିବସର ମାନ୍ୟତା ଲାଭ କରିବ ସେ ଦିଗରେ ଆଲୋଚନା ଓ ମତାମତ ନିଆଯାଇ କାର୍ଯ୍ୟପନ୍ଥା ଗହଣ କରାଯିବ । ପରେ ପରେ ଅପରାହ୍ନ ୫ ଘଟିକା ସମୟରେ ଏକ ପତ୍ରକାର ସମ୍ମିଳନୀ କରାଯାଇ ଏ ସର୍ମ୍ପକରେ ଗଣମାଧ୍ୟମକୁ ଅବଗତ କରାଯିବ ।
Related Posts
କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ୍ଧୁତା ଦିବସ
୧୯୮୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ – – ଯୋଗ ଦେଲେ ଏହି ବ୍ୟାଚର ଛାତ୍ର ଏକାମ୍ର ବିଧାୟକ ବାବୁ ସିଂ – – ବନ୍ଧୁତା…
ଯାଜପୁର ଜିଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ।
ଯାଜପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲା…
ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଲିଙ୍ଗଗତ ସମାନତା ବୃଦ୍ଧି ଶୀର୍ଷକ ଜାତୀୟ କର୍ମଶାଳା
ଆପଦ ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଦେବା ତଥା ଶୂନ୍ୟ ମୃତୁ୍ୟହାର ନିଶ୍ଚିତ କରିବା ପାଇଁ ସରକାର ପ୍ରୟାସରତ- ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଭୁବନେଶ୍ୱର,୧୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ…
