ଭୁବନେଶ୍ୱର,୨୯/୧୧/୨୦୨୬ (ଓଡ଼ିଶା ସମାଚାର)- ସାଇ ଆଶ୍ରିତ ଏବଂ ସମ୍ପୁର୍ଣ୍ଣ ସାଇ ସମର୍ପିତ ଶ୍ରୀମତୀ କବିତା ମହାନ୍ତି ସାଇ ବାବାଙ୍କର ଅନେକ କୃପା ଓ ଚମତ୍କାରିତା ଲାଭ କରିଥିଲେ। ଏମିତି ଅନେକ ଗୁଡ଼ିଏ ଅନନ୍ୟ ଅନୁଭବକୁ ନେଇ ସେ ଏକ ପୁସ୍ତକ “ଏକ ଅକିଞ୍ଚନର ଅନୁଭୂତି” ୨୦୧୮ ମସିହା ରେ ଲୋକାର୍ପିତ କରିଥଲେ। ପରେ ପରେ ସେ ତାର ଇଂରାଜୀ ଅନୁବାଦ କରିଥିଲେ। ନୂଆଦିଲ୍ଲୀ ର ଷ୍ଟର୍ଲିଂ ପବ୍ଲିକେସନ ହାଉସ ଏହି ଇଂରାଜୀ ଅନୁବାଦ ପୁସ୍ତକ ” ସାଇ ମିୟୁଜିଂ ” ପ୍ରକାଶ କରି ୨୦୨୧ ମସିହା ଗୁରୁପୂର୍ଣ୍ଣିମା ଦିନରେ ଲୋକାର୍ପିତ ହୋଇଥଲା। ଅନେକ ଅନୁଭବ ର ଲେଖା ବିଭିନ୍ନ ସାଇ ପତ୍ରିକା ରେ ମଧ୍ୟ ସ୍ଥାନ ପାଇଛି। ନଭେମ୍ବର ୨୫ ରେ ଶିରିଡ଼ି ରେ ହେଉଥିବା ଏକ ଆନ୍ତର୍ଜାତୀୟ ସାଇ ଲେଖକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ସେ ନିମନ୍ତ୍ରିତ ହୋଇଥିଲେ। ଶିରିଡ଼ି ସାଇ ସଂସ୍ଥାନ ତରଫ ରୁ ବାବାଙ୍କ ସେବାରେ ପ୍ରଚାର ପ୍ରସାର କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ମିଳିଛି। ଶିରିଡ଼ି ସାଇ ସଂସ୍ଥାନର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୋରଖ ଗଡ଼ିକର ଉପଢୌକନ, ବାବାଙ୍କ ଉଦି ଏବଂ ଲଡୁ ପ୍ରସାଦ ରେ ସମ୍ବର୍ଦ୍ଧନା କରିଥିଲେ। ଏହି ଉତ୍ସବ ରେ ଦେଶ ବିଦେଶ ର ସାଇ ଲେଖକ ମାନେ ଉପସ୍ଥିତ ଥିଲେ। ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ସାଇ ଭକ୍ତ ଓ ଲେଖକ ମାନଙ୍କୁ ବାବାଙ୍କ ପ୍ରଚାର ପ୍ରସାର ପାଇଁ ପ୍ରେରଣା ଦେଇଥିଲେ। ସାଇ ସଙ୍ଗମ ଅନୁଷ୍ଠାନ ତରଫରୁ ମଧ୍ୟ ପ୍ରତି ଲେଖକ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ବାବାଙ୍କ ଅନୁଭୂତି କୁ ନେଇ ଓଡ଼ିଆ ବହି ଲେଖିବା ଠାରୁ ଇଂରାଜୀ ଅନୁବାଦ କରିବା ଏବଂ ଆଜି ଦିନରେ ଶିରିଡ଼ି ସାଇ ସଂସ୍ଥାନ ଦ୍ୱାରା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ର ଶ୍ରେୟ ସବୁକୁ ଶ୍ରୀମତୀ ମହାନ୍ତି ବାବାଙ୍କ କୃପା ବୋଲି ପ୍ରକାଶ କରିଛନ୍ତି।
ଶିରିଡ଼ି ସାଇ ସଂସ୍ଥାନ ଦ୍ୱାରା ଶ୍ରୀମତୀ କବିତା ମହାନ୍ତି ସମ୍ବର୍ଦ୍ଧିତ
