ନିଶ୍ଚିନ୍ତକୋଇଲି, ୦୪/୧୨/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିର୍ବାଚନମଣ୍ଡଳୀ ର ନଦୀବନ୍ଧ ରାସ୍ତା ତଥା ନଦୀଉପରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ବହୁକୋଟି ଟଙ୍କା ର ଅନୁଦାନ ମଂଜୁର ହୋଇଥିବାରୁ ନିର୍ବାଚନ ମଣ୍ଡଳୀ ରେ ଆନନ୍ଦ ପ୍ରକାଶ ପାଇଛି । ମହାନଦୀ ଉପରେ ସିର୍ଲୋ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୧୪୪କୋଟି ୧୦ଲକ୍ଷ ଟଙ୍କା,ଚିତ୍ରୋତ୍ପଳା ନଦୀ ଉପରେ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୩୫କୋଟି ୮୨ଲକ୍ଷ,୮୫ହଜାରଟଙ୍କା , ସେହିପରି ଚିତ୍ରୋତ୍ପଳା ନଦୀ ଉପରେଜନାର୍ଦ୍ଦନ ପୁର ଶନିଶ୍ଚର ମନ୍ଦିର ଠାରୁ କୁଳିଆ ପର୍ୟନ୍ତ ସେତୁ ନିର୍ମାଣ ପାଇଁ ୮୪କୋଟିଟଙ୍କା , ଗାନ୍ଧିପଲ୍ଲୀ ଠାରୁ ତାରପୁର ମହାନଦୀ ବନ୍ଧ ରାସ୍ତା ପାଇଁ ୪୯କୋଟି ୮୬ଲକ୍ଷ, ବଳରାମପୁର ଠାରୁ କଙ୍କଡା ପର୍ୟ୍ୟନ୍ତ ଚିତ୍ରୋତ୍ପଳା ନଦୀ ବନ୍ଧ ରାସ୍ତା ପାଇଁ ୪୬କୋଟି ଟଙ୍କା ମଂଜୁର କରାଇଅଞ୍ଚଳ ବାସୀଙ୍କ ବହୁ ଦିନ ର ସ୍ବପ୍ନ କୁ ସାକାରକରି କାର୍ୟ୍ୟ ତ୍ୱରାନ୍ୱିତ କରିଥିବାରୁ କଟକ ସଦର ନିର୍ବାଚନ ମଣ୍ଡଳୀ ର ବିକାଶର କର୍ଣ୍ଣଧାର ମାନ୍ୟବର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା ଙ୍କୁ ୨୮ନଂ ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି, ୨୫ନଂ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ କୁମାର ଭୋଇ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ଜେନା, ବିଶ୍ୱେନ୍ଦୁ ମହାରଣା, ଅମୀୟ ମହାନ୍ତି, ବିଶ୍ୱ ଭୁଷଣ ନାୟକ,ରବୀନ୍ଦ୍ର ଦାସ, ରଞ୍ଜନ ବେହେରା, ପ୍ରମୋଦ କୁମାର ନାୟକ, ଶରତ ସାମଲ, କାଳିନ୍ଦୀ ଭୋଇ, ମାନଗୋବିନ୍ଦ ଦାସ, ଚିନ୍ମୟୀ ବେହେରା, ନନ୍ଦିନୀ ନାୟକ, ସ୍ୱାଧୀନ ଭୂୟାଁ ସାରଦା ମହାନ୍ତି, ସରୋଜ ବେହେରା, ବିଜୟ ରାଉତ, ଶୁଶାନ୍ତ ସେଠୀ, ରୁସ୍ତମ ମହମ୍ମଦସଂଗ୍ରାମ ସାହାଣୀ, କିଶୋର ସାହାଣୀ, ସିପ୍ରା ଭୋଇ, ଅରୁଣ ବୋଷ, ନରେଶ ରାଉତ, ପୂର୍ଣ୍ଣ ଚନ୍ଦ୍ର ସେଠୀ ତଥା ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି ।
Related Posts
ବନ ବିଭାଗ ଦ୍ଵାରା ବାରହା ଉଦ୍ଧାର
ଭୁବନ ୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବନ ବିଭାଗ ତରଫରୁ ଏକ ଜଙ୍ଗଲି ବାରହା କୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଆଜି ଶନିବାର…
ଆଜି ଠାରୁ ତହସିଲ ଅଫିସରେ ଜମି କିଣାବିକା,ଆଭାସୀରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଉପନିଵନ୍ଧନ କାର୍ଯ୍ୟାଳୟ
କଟକ ସଦର,୦୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜମିଜମା କିଣାବିକା ର ସରଳୀକରଣ ପାଇଁ ଆଜି ଶନିବାର ୧ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (YATS)ସମାରୋହ
୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ପଠାଣି ସାମନ୍ତଙ୍କ ସମ୍ମାନାର୍ଥେ ଖଣ୍ଡପଡାଠାରେ ଗୋଟିଏ ପ୍ଲାନେଟୋରିୟମ ଏବଂ Astro Physics & Astronomy Institute ପ୍ରତିଷ୍ଠା…
