କଟକ ସଦର,୨୯/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାଇଚାରାର ସହର କଟକ ସହରର ଦୁଇଟି ଲାଲଵାଗ ଓ ପୁରୀଘାଟ ଥାନା ର ଅଳ୍ପ ନିକଟରେ ଗତ ଶୁକ୍ରବାର ସଂଧ୍ୟାରେ ଗଣେଶ ଘାଟ ନିକଟରେ ସୀମା ବିବାଦକୁ ନେଇ ଦେଖା ଦେଇଥିଲା ଭିଡ-ହିଂସା। ଏଥିରେ ମଧ୍ୟସ୍ଥି ସାଜି ବିବାଦ ତୁଟାଇବାକୁ ଆସି ଫୁଟବଲ ପଡି଼ଆର ଶାନ୍ତିଦୂତ ଅମରେନ୍ଦ୍ର ସାମଲ ଅକାଳରେ ଚାଲିଗଲେ ସାହି ସଂଘର୍ଷରେ। ହେଲେ ଆକ୍ରମଣକାରୀଙ୍କ ଅମାନୁଷିକ ଆକ୍ରମଣ ରେ ରାସ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ପିସିଆର ଭ୍ୟାନ୍ ପଇଁତରା ମାରୁଥିଲେ ହେଁ ଆହତଙ୍କୁ ଉଦ୍ଧାର କରିବାକୁ ଭୁଲି ଯାଇଥିଲେ ।
ଯାହାକୁ ନେଇ ପୋଲିସକୁ ଏବେ ଲୋକଙ୍କ ଆକ୍ରୋଶର ଶୀକାର ହେବାକୁ ପଡି଼ଛି। ଏହି ଅବସରରେ ପୋଲିସ ଗତକାଲି ୧୩ ଜଣଙ୍କୁ ଏଵଂ ଆଜି ରବିବାର ୧୯ ଜଣ ମୋଟ ୩୨ ଜଣ ଗଣ୍ଡଗୋଳକାରୀ ଙ୍କୁ ଚିହ୍ନଟ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ଆହୁରି ଅନେକଙ୍କୁ ଗିରଫ କରାଯିବ ବୋଲି ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି।
