‘ଓର୍‌ମାସ୍‌ ରାକ୍ଷୀ ବଜାର’ କର୍ମନିଯୁକ୍ତି ଓ ସାଂସ୍କୃତିକ ବିଭବର ଅପୂର୍ବ ସମନ୍ୱୟ

#      ‘ଭାଇଭଉଣୀ ପ୍ରେମର ସାକ୍ଷୀ, ଓର୍‌ମାସ୍‌ ରାକ୍ଷୀ।’

‘ନିଆରା ରାକ୍ଷୀର ସମ୍ଭାର, ଓର୍‌ମାସ୍‌ ରାକ୍ଷୀ ବଜାର ।’’

#      ଓର୍‌ମାସ୍‌ ରାକ୍ଷୀ ବଜାରରେ ଏସ୍‌ଏଚ୍‌ଜି ଓ ଉତ୍ପାଦିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତନିର୍ମିତ ରାକ୍ଷୀର ସମ୍ଭାର

#      ଅଗଷ୍ଟ ୧୬ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସ୍‌ଆଇଆର୍‌ଡି) ସମ୍ମୁଖରେ ରହିବ ‘ଓର୍‌ମାସ୍‌ ରାକ୍ଷୀ ବଜାର ।’

 ଭୁବନେଶ୍ୱର, ୧୬//୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓର୍‌ମାନ୍‌ ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱର (ଏସ୍‌ଆଇଆର୍‌ଡି) ସମ୍ମୁଖରେ ‘ଓର୍‌ମାସ୍‌ ରାକ୍ଷୀ ବଜାର’ ଖୋଲାଯାଇଛି । ଏଠାରେ ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କେଉଁଝର, ଗଞ୍ଜାମ, ରାୟଗଡ଼ା, ବରଗଡ଼ ଓ ବାଲେଶ୍ୱର ଆଦି ୯ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ହସ୍ତନିର୍ମିତ ରାକ୍ଷୀ ବିକି୍ର ହେଉଛି । ଅଗଷ୍ଟ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ରାକ୍ଷୀ ବଜାର ଗ୍ରାହକମାନଙ୍କ ନିମନ୍ତେ ଖୋଲା ରହିବ । ଏଠାରେ ବିକ୍ରି ହେଉଥିବା ସମସ୍ତ ରାକ୍ଷୀ ଜୈବବିଘଟନ ଅନୁକୂଳ ଅଟେ ଏବଂ ସୁଲଭ ମୂଲ୍ୟରେ (୧୦ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ) ଉପଲବ୍ଧ ହେଉଛି ।

        ଏହି ରାକ୍ଷୀସବୁ ବାଉଁଶ, ସବାଇ ଘାସ, ସୁନେଲୀ ଘାସ (କାଇଁଚ), ଟେରାକୋଟା ଆଦିରୁ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହୋଇଛି । ଏହି ଷ୍ଟଲରେ ରାକ୍ଷୀ ଉପଲକ୍ଷେ ଉପହାର ପାଇଁ ରାଗି ବିସ୍କୁଟ, ହସ୍ତତନ୍ତ ରୁମାଲ, ମିଲେଟ୍‌ ଲଡ଼ୁ ଓ ଅନ୍ୟାନ୍ୟ ଲୁଣି ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି ।

        ଏହି ‘ଓର୍‌ମାସ୍‌ ରାକ୍ଷୀ ବଜାର’ର ପ୍ରଚାରପ୍ରସାର ପାଇଁ ୨ଟି ଟ୍ୟାଗ୍‌ ଲାଇନ୍‌ ମଧ୍ୟ କରାଯାଇଛି-

        ୧-‘ଭାଇଭଉଣୀ ପ୍ରେମର ସାକ୍ଷୀ, ଓର୍‌ମାସ୍‌ ରାକ୍ଷୀ ।’

        ୨-‘ନିଆରା ରାକ୍ଷୀର ସମ୍ଭାର, ଓର୍‌ମାସର ରାକ୍ଷୀ ବାଜର ।’

       

Leave a Reply

Your email address will not be published. Required fields are marked *