ଶ୍ରାବଣୀ ସାହିତ୍ୟ ସଂସଦ ର କବିତା ଆସର 

ସାଲେପୁର, ୩୦/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଶ୍ରାବଣୀ ସାହିତ୍ୟ ସଂସଦ ର କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦ ର ସଭାପତି ଉଦୟ କେଶରୀ ବର୍ମା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂଗଠନ ର ସଭାପତି କୈଳାସ ଚନ୍ଦ୍ର ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗ୍ରାମ ସ୍ୱରାଜ୍ୟ ର ସଭାପତି କଳିଙ୍ଗ ରତ୍ନ ବ୍ରମହା ନନ୍ଦ ମହାନ୍ତି, ମ୍ୟାନେଜିଂଟ୍ରଷ୍ଟି ଧୁବ ଚରଣ ବେହେରା,ଗୋବିନ୍ଦ ଚନ୍ଦ୍ର ମିଶ୍ର, ଚନ୍ଦ୍ରମଣି ଭୂୟାଁ ପ୍ରମୁଖ ବକ୍ତା ମାନେ କବି ସାହିତ୍ୟିକ ମାନେ ମୁନି ଋଷି ଙ୍କ ଠାରୁ କମ ନୁହନ୍ତି ବୋଲି କହିଥିଲେ । କବି ମହେନ୍ଦ୍ର ସାହୁଙ୍କ ସଂଯୋଜନା ରେ, ଛବିରାମ ସେଠୀ, ରଥ ଚରଣ ସିଂହ ,କ୍ଷୀରୋଦ କୁମାର ଜେନା,ଝରି ଭୋଇ, ମନୋଜ ବେହେରା ଙ୍କ ସମେତ ବହୁ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ରାଜୀବ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ  ଆଦିତ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *