କିଶନନଗର ଠାରେ ଖୋଲିଲା ଷ୍ଟେଟବ୍ୟାଙ୍କ 

କଟକ ସଦର,୧୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି (ଗୁରୁବାର) ଅପରାହ୍ନ ରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ଵ୍ୟାଙ୍କ (ଏସବିଆଇ) ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।

ଏହାକୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ଶାଖା ପରିଚାଳକ ସୈ।ମ୍ୟ ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ସାଂସଦ ଭର୍ତୃହରି ବିଧାୟକ ପ୍ରକାଶ ଙ୍କ ସମେତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ,ମହା ପ୍ରବନ୍ଧକ ପୂନମ୍ଵଲାମ ଏମ୍, ଆଞ୍ଚଳିକ ପ୍ରବନ୍ଧକ ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।

ଏହି ଉପଲକ୍ଷେ ଷ୍ଟେଟବ୍ୟାଙ୍କ ରୁ ଋଣ ନେଇ ଆତ୍ମନିର୍ଭରଶୀଳ ହୋଇଥିବା ଏସଏଚଜି ମହିଳା ମାନଙ୍କ ପକ୍ଷରୁ ଏସଏଚଜି ମେଳା ଅନୁଷ୍ଠିତ ହୋଇଥିଲା। ପରିଚାଳନା ରେ ବ୍ୟାଙ୍କର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଯୁବ ସମାଜସେବୀ ବିଳାସ ମଲ୍ଲିକ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *