ବାଲିଗୁଡ଼ା,୩୧/୦୭/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଳମ୍ବିତ ରାତିରେ ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିପଳ ସାହିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ତେବେ କାର୍ ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନାହିଁ । ସୂଚନା ପ୍ରକାରେ ସବୁଦିନ ଭଳି ସମିର ବଳିଆରସିଂ ନିଜ ଘର ଆଗରେ ନିଜ ଓ୍ବାଗନର କାର୍ (OD-02-CQ-2353) ରଖି ଘରେ ଶୋଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ବାହାରକୁ ବାହାରିଥିବା ବେଳେ ତାଙ୍କ କାର୍ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଧାସରେ ପଡୋଶୀ ଘରର ଇଲେକ୍ଟ୍ରି ତାର ଜଳିଯାଇ ବିଦ୍ୟୁତ୍ ସଂଯୋଗ କଟିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ପଡ଼ୋଶୀ ବର୍ତ୍ତି ଯାଇଛନ୍ତି । ସେପଟେ ଛ ମାସ ହେବ ଏହି କାର୍ ଟି ମୁଁ କିଣିଥିଲି । ପାଖ ପଡ଼ୋଶୀଙ୍କ ସମେତ ଅଞ୍ଚଳର ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ଅଛି ଏବଂ ମୋର କାହା ସହ ଶତ୍ରୁତା ନାହଁ । ହେଲେ ମୋ ଗାଡ଼ିରେ କେମିତି ନିଆଁ ଲାଗିଲା ମୁଁ ସେକଥା ଜାଣିନାହିଁ ବୋଲି କହିଛନ୍ତି କାର୍ ମାଲିକ ସମିର ବଳିଆରସିଂ ।