ନିରାକାରପୁର,୩୧/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଦାଶରଥି ମହାପାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବସନ୍ତ କୁମାର ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମ ଚନ୍ଦ୍ର ମହାପାତ୍ର , ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷକ ନେତା ପଦ୍ମନାଭ ବିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଯୋଗଦେଇ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ଶ୍ରୀ ଦାଶ ଜଣେ ଛାତ୍ର ବତ୍ସଳ ଥିଲେ ଓ ସେ ବିଦ୍ୟାଳୟର କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରିବାକୁ ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ସାହିତ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ସରପଂଚ ସୋନାଲି ମହାପାତ୍ର, ମାଧ୍ୟମିକ ଶିକ୍ଷକ ସଂଘ ପ୍ରାକ୍ତନ ସମ୍ପାଦକ ସନ୍ତୋଷ କୁମାର କର, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସିଂହ, ପ୍ରାକ୍ତନ ସମ୍ପାଦକ ଗୋଦାବରୀଶ ସାହୁ, ପ୍ରାକ୍ତନ ଶିକ୍ଷକ ସୁରେଶ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ କ୍ରୀଡା ଶିକ୍ଷକ ବସନ୍ତ କୁମାର ସାହୁଙ୍କ ବହୁ ବିଧ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ। ମଞ୍ଚକୁ ଶିକ୍ଷକ ନିଳାଦ୍ରୀ କୁମାର ସିଂହ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦାଶଙ୍କୁ ଉପହାର ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ବସନ୍ତ କୁମାର ଦାଶଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚିତ ହୋଇଥିଲା।