ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଉଦଘାଟିତ: ୫-୪ ଗୋଲରେ ପପୁଲାର , ଢେଙ୍କାନାଳ ବିଜୟୀ

ନିରାକାରପୁର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଆଜି କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ  ୫-୪ ଗୋଲରେ ପପୁଲାର , ଢେଙ୍କାନାଳ ବିଜୟୀ ହୋଇଛି। ଆଜିର ମ୍ୟାଚ ଭୁବନେଶ୍ୱର କିଶୋର କ୍ଳବ୍ ଓ ପପୁଲାର , ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଉଭୟଙ୍କୁ ଗୋଟିଏ ଗୋଟିଏ ଗୋଲ ଦେବାରୁ ସ୍କୋର ବରାବର ହୋଇଯାଇଥିଲା। ଖେଳ ଶେଷ ପର୍ଯ୍ୟନ୍ତ ସ୍କୋର ୧-୧ ରହିବା ପରେ ଟ୍ରାଇବ୍ରେକର ର ସାହାଯ୍ୟ ନିଆଯାଇଥିଲା। ଏଥିରେ  ୫-୪ ଗୋଲରେ ପପୁଲାର , ଢେଙ୍କାନାଳ ବିଜୟୀ ହୋଇଥିଲା। ଆଜିର ଖେଳକୁ ସୁଶାନ୍ତ ମିଶ୍ର, ଅଭିନାଶ ପଟ୍ଟନାୟକ, ଏମ ଏସ ବିଙ୍ଗ ଓ ହୃଦାନନ୍ଦ ମହତ୍ରାୟ, ଅକ୍ଷୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଆଜିର ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶକ୍ତି ଶଙ୍କର ମିଶ୍ର, ଉଦଘାଟକ ଭାବେ  ନିରାକାରପୁର କଲେଜ ପରିଚାଳନା ମଣ୍ଡଳୀ ସଭାପତି ସଞ୍ଜୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବ୍ରତତି ମିଶ୍ର, ସମ୍ମାନୀତ ଅତିଥି ଭାବରେ ଓ ଏଫ୍ ଏସ ତଥା କୋରାପୁଟ ରେଞ୍ଜ ଅଫିସର ଶୁଭାଶିଷ କୁଳଭୂଷଣ ପାହାଡସିଂହ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ଜେନା, ଅଧ୍ୟାପକ ଡ ମୃତୁଞ୍ଜୟ ରଥ ଓ ଓଷ୍ଟା ସମ୍ପାଦକ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହ ସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ ଶିକ୍ଷାବିତ୍ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ,  ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ସମ୍ପାଦକ ଭାଗିରଥି ପ୍ରଧାନ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ କର୍ମକର୍ତ୍ତା ମହେଶ୍ୱର ବେହେରା , ମନୋଜ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ଓ ଏଫ୍ ଏସ ତଥା କୋରାପୁଟ ରେଞ୍ଜ ଅଫିସର ଶୁଭାଶିଷ କୁଳଭୂଷଣ ପାହାଡସିଂହ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବେଷ୍ଟ ଖେଳାଳି ଭାବେ ଢେଙ୍କାନାଳର ଶିଶିର କୁମାର ନାୟକ ଓ କିଶୋର କ୍ଲବ ଭୁବନେଶ୍ଵରର ସୋମନାଥ ସୋରେନ କିଶୋର କୁ ସଂଘ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗତ ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକ ଓ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗତ ମାତା ଉଷାରାଣୀ ପ୍ରଧାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଖେଳ ପ୍ରାରମ୍ଭରୁ ଖେଳାଳି ଚିତ୍ତରଞ୍ଜନ ମହାରଣାଙ୍କ ତତ୍ତ୍ଵାବଧାନରେ ଏକ ମଶାଲ ଶୋଭାଯାତ୍ରା ମା ହରଚଣ୍ଡି ଙ୍କ ପୀଠ ରୁ ଆସିବା ପରେ ଅତିଥିମାନେ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ। ଏହି ଅବସରରେ ସଂଘର ଦିବଂଗତ କର୍ମକର୍ତ୍ତା ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସାହିର ପଡିଆରେ ତାଙ୍କ ଫଟୋ ଚିତ୍ରକୁ ପରିକ୍ରମା କରାଯାଇ ସହିତ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା କାଲି ର ମ୍ୟାଚ ଏସ ବି ସି , ଖଡ଼ଗପୁର ଓ ମା ତାରିଣୀ କ୍ଳବ୍ ତରତରା , କେଉଁଝର ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *