କେନ୍ଦ୍ରାପଡାରେ ଲଭ୍ ଜିହାଦ

ଭଲପାଇବା ଜାଲରେ ଫସାଇ ହିନ୍ଦୁ ଯୁବତୀଙ୍କୁ ହ୍ରାଇଦ୍ରାବାଦ୍ ରେ ବିକ୍ରୀ
କେନ୍ଦ୍ରାପଡ଼ା, ୧୮/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାରେ ଲଭ୍ ଜିହାଦ ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ହିନ୍ଦୁ ଝିଅକୁ ବିବାହ କଲେ ଜଣେ ମୁସଲମାନ ପୁଅକୁ ମିଳୁଛି ୧୦ ଲକ୍ଷ ଟଙ୍କା । ଏପରି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ନସଡିପୁର ଗ୍ରାମର ଜଣେ ମହିଳା । ଏ ନେଇ ମହିଳା ଜଣକ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ା ଏସପିଙ୍କ ନିର୍ଦ୍ଧେଶକ୍ରମେ ଯୁବକଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗକାରୀ ମହିଳା ଜଣକ କହିଛନ୍ତି ଯେ ସେ ହେଉଛନ୍ତି ମୁସଲମାନ ସଂପ୍ରଦାୟର ।

ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅନ୍ୟ ଦୁଇ ଜଣ ହିନ୍ଦୁ ଝିଅକୁ ଭଲପାଇବା ଜାଲରେ ଫସାଇ ବିବାହ କରିଛନ୍ତି । ପ୍ରଥମେ ଏକ ବର୍ଷ ତଳେ ସାଲେପୁର ଅଂଚଳର ଜଣେ ହିନ୍ଦୁ ଝିଅକୁ ଫସାଇ ବିବାହ କରିଥିଲେ । ଏ ନେଇ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା । ଏବେ କେନ୍ଦ୍ରାପଡା ସଦର ଥାନା ଅଧିନ ନାଗପୁରା ଅଂଚଳର ଅନ୍ୟ ଜଣେ ହିନ୍ଦୁ ଝିଅକୁ ଫସାଇ ବିବାହ କରିଛନ୍ତି । ଏହି ଦୁଇଟି ବିବାହ ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ମିଳିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଜଣେ ହିନ୍ଦୁ ଯୁବତୀଙ୍କୁ ତାଙ୍କ ସ୍ୱାମୀ ହାଇଦ୍ରାବାଦରେ ବିକ୍ରି କରି ଦେଇଛନ୍ତି ।

ଏ ସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ମହିଳା ଜଣକ ଅଭିଯୋଗ କରିବା ପରେ ତାଙ୍କ ସ୍ୱାମୀ ସଇଯୁଦ୍ଧିନ୍ ଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଚାଲିଛି । ଅଭିଯୁକ୍ତକୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢାଉ କରିଛୁ । ହେଲେ ସେ ଫେରାର ହୋଇଯାଇଛନ୍ତି । ଏଥିସହ ତାଙ୍କ ଫୋନ ଲାଗୁନାହିଁ । ଫଳରେ ତାଙ୍କୁ ଗିରଫ କରିବାରେ ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଖୁବଶୀଘ୍ର ଅଭିଯୁକ୍ତ ଯୁବକ ଗିରଫ ହେବେ ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କହିଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ଯୁବକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି ।

ମହିଳାଙ୍କ ଅଭିଯୋଗକୁ ଆଧାର କରି ଏକ ପୋଲିସ ଟିମ୍ ହାଇଦ୍ରାବାଦ ଯାଇଛି ବୋଲି ସେ କହିଛନ୍ତି । ଲଭ୍ ଜିହାଦ ସଂକ୍ରାନ୍ତରେ ସଂଖ୍ୟାଲଘୁ ସଂପ୍ରଦାୟର ନେତା ସଲିମ୍ ଖାନ୍ କୁହନ୍ତି କୋରାନ୍ ର କୌଣସି ସ୍ଥାନରେ ବହୁ ବିବାହ ପ୍ରଥା ଉଲ୍ଲେଖ ନାହିଁଁ । ଯଦି କୌଣସି ଯୁବକ ଦ୍ୱିତୀୟ ବିବାହ କରିବାକୁ ଚାହିଁବ ତେବେ ସେ ପ୍ରଥମେ ନିଜ ପତ୍ନୀଙ୍କ ଠାରୁ ସହମତି ନେବ ନଚେତ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ପଡିବ । ଏହି ଘଟଣା ଯଦି ଅର୍ଥ ପାଇଁ ହୋଇଥାଏ ତେବେ ଏହା ନିନ୍ଦନୀୟ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତ ତ୍ରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *