କଟକ ସଦର,୩୧/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଳ ନିକାଶ ବିଭାଗ ପକ୍ଷରୁ ମୃତ ପାଇକା ନଦୀ ଭିତରେ ଆୟତପୁର ଠାରୁ ୩୩ କିମି ଵାଙ୍କଳ ପର୍ୟ୍ୟନ୍ତ କେନାଲ ଖନନ କାର୍ୟ୍ୟ ଚାଲୁ ରହିଛି। ଏଥିପାଇଁ ଆୟତପୁର ଠାରେ ମହାନଦୀ ମୁହାଣ ଖୋଳାଯାଇ ସ୍ଲୁଇସ୍ ଗେଟ୍ ନିର୍ମାଣ କାର୍ୟ୍ୟ ଓ ଦଣ୍ଡୁଆସିପଡା ଠାରେ ସାଇଫନ୍ ନିର୍ମାଣ କାର୍ୟ୍ୟ ଜଳସଂପଦ ବିଭାଗ କରୁଥିବା ଜଣାପଡିଛି। ହେଲେ ଦଣ୍ଡୁଆସିପଡା ଠାରେ ମନ୍ଥର ଗତିରେ ଚାଲିଥିବା ସାଇଫନ ନିର୍ମାଣ
କାର୍ୟ୍ୟ ପାଇଁ କେନାଲରେ ପାଣି ଛଡାଯିବା ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଉକ୍ତ କେନାଲ ମାନଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୧୮ ଗୋଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ପାଣି ଅଭାଵରୁ ପଡିଆ ପଡ଼ିଛି।
ଏଥିପାଇଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେଥିରେ ଉକ୍ତ ନିର୍ମାଣ କାର୍ୟ୍ୟ ପାଇଁ ବିଭାଗ ପକ୍ଷରୁ କରାଯାଇଥିବା ଡାଇଭରସନ୍ ରାସ୍ତାର ଅବସ୍ଥା ମରଣଯନ୍ତା ପାଲଟିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନଦେଲେ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଜଳ ସଂପଦ ବିଭାଗର ବେପରୁଆ ମନୋଭାବ ପାଇଁ କେନାଲରେ ପାଣି ଆସିବା ହେଲା ନାହିଁ,ଚାଷ ବାଧାପ୍ରାପ୍ତ, ଚାଷୀ ହତାଶ !
