କଟକ, ୧୨/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ମହାନଗର ନିଗମ ୨୯ ନମ୍ବର ଓ୍ୱ।ର୍ଡ ଅଧୀନ ଝାଞ୍ଜିରିମଙ୍ଗଳା ଗ୍ରାମର ଜଣାଶୁଣା ଦଳିତ ନେତ୍ରୀ ଓ ଜଣାଶୁଣା ସଂଗଠିକା ଅନିମା ନାୟକଙ୍କ ଏକାଦଶାହ ଅଵସରରେ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। କଟକ ତେଲେଙ୍ଗା ବଜାର ସ୍ଥିତ ନୃସିଂହନାଥ ମଠ ପ୍ରାଙ୍ଗଣରେ ପରିଷଦର ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଆଇନଜୀବୀ ଭାଗବତ ନାୟକ, ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି, ସୁବାଷ ମହାନ୍ତି, ସନ୍ତୋଷ ମହାନ୍ତି,ବିଜେପି ନେତା ଲଲାଟେନ୍ଦୁ ଵଡୁ, ସମାଜସେବୀ ପ୍ରମୋଦିନୀ ମଲ୍ଲିକ,ଚୁମକୀ ସେଠୀ,ସୁନା ନାୟକ,ଅଟଳ କିଶୋର ଜେନା,ଗୁନା ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗୀୟା ନାୟକଙ୍କ ଅମର ଆତ୍ମାର ସଦଗତି ଓ ଶାନ୍ତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଅନୀମା ନାୟକଙ୍କ ସ୍ୱାମୀ ସଞ୍ଜୀବ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଦଳିତ ନେତ୍ରୀ ଅନିତା ନାୟକଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି
