କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଜୁନୋସିସି ଦିବସ ପାଳିତ

କେନ୍ଦ୍ରାପଡ଼ା, ୬/୭/୨୦୨୪ (ଓଡ଼ିଶା ସମାଚାର)- ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପୁରାତନ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜୁନୋସିସି ଦିବସ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲାର ଜନସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ ଶତପଥୀ, ଡିପିଏମ୍ ଗୀତାଞ୍ଜଳୀ ଦାସ, କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଇଂ ଦିଲିପ କୁମାର ସେଠୀ, ରେଷ୍ଟର ରୋଜାଲିନ୍ ଦାସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କନସଲଟାଂଟ୍ ଡ. ଦିନେଶ ପ୍ରସାଦ ସାହୁ, ଜନସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତା, ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ପଶୁପକ୍ଷୀମାନଙ୍କଠାରୁ ଅନେକ ସମୟରେ ମଣିଷକୁ ରୋଗ ବ୍ୟାପିଥାଏ । ତେଣୁ ମାନବ ସମାଜ ଏଭଳି ସଙ୍କଟରୁ ବର୍ତିବା ସହ କିପରି ସୁସ୍ଥ ରହିବ ସେ ସମ୍ପର୍କରେ ଗ୍ରହଣ କରିବାକୁ ଥିବା ବ୍ୟାପକ ସଚେତନତା ପଦକ୍ଷେପ ବିଷୟରେ ନିମନ୍ତ୍ରିତ ଅତିଥିମାନେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଶେଷରେ ଏନ୍ସିଡିର ଆସିଷ୍ଟାଂଟ୍ ମ୍ୟାନେଜର ଶ୍ୟାମ ସୁନ୍ଦର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *