ବିଶ୍ୱ କର୍କଟ ଦିବସ ପାଳିତ

ଆସିକା,୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ଆସିକା ବ୍ଲକର ଗହଂଗୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି  । ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି, ଶିକ୍ଷାରେ ଉନ୍ନତି ଏବଂ କର୍କଟ ରୋଗର ପ୍ରଭାବ ହ୍ରାସ କରିବା ପାଇଁ ବ୍ୟକ୍ତିଗତ, ସାମୂହିକ ଏବଂ ସରକାରୀ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି  ।

ଏହି ଦିବସ କର୍କଟ ରୋଗରୁ ବଂଚିଥିବା ଲୋକଙ୍କୁ ସମର୍ଥନ କରିବା, ନିୟମିତ ସ୍କ୍ରିନିଂକୁ ଉତ୍ସାହିତ କରିବା ଏବଂ ରୋଗକୁ ରୋକିବା ପାଇଁ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଅତିଥି ମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗହଂଗୁ ମେଡିକାଲର ଡାକ୍ତର ମନୋଜ କୁମାର ସ୍ୱାଇଁ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ପୂଜାରାଣୀ ମହାରଣା, ଶିବାନୀ ତ୍ରିପାଠୀ, ସ୍ୱାସ୍ଥ୍ୟକର୍ମୀ ସୋମନାଥ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଭାରତୀ ପରିଡା, ଡି. ସଂଗୀତା ପାତ୍ର ଉପସ୍ଥିତ ରହି ଉପସ୍ଥିତ ଲୋକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଶା କର୍ମୀ ଏ. ଲକ୍ଷ୍ମୀ ପାତ୍ର, ପ୍ରିୟଙ୍କା ଦାଶ, ଲତିକା ପରିଡା ପ୍ରମୁଖ ସହଯୋଗ କରିଥିଲେ ।

 

Leave a Reply

Your email address will not be published. Required fields are marked *