ଜିଲାରେ ବିଭିନ୍ନ ବ୍ରାଣ୍ଡର ଏକ୍ସପାରୀ ସିମେଂଟବିକ୍ରି ଅଭିଯୋଗ

                                                          ଅଭିଯୋଗକାରୀଙ୍କୁ ହାଣିବାକୁ ଧମକ ଦେଉଛନ୍ତି ପୋଷା ଗୁଣ୍ଡା
କେନ୍ଦ୍ରାପଡା, ୬/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଏବେ ବିଭିନ୍ନ ବ୍ରାଣ୍ଡର ଏକ୍ସପାଇରୀ ସିମେଂଟ ବିକ୍ରି ହେଉଛି । ସିମେଂଟର ଦାମ ଯେତିକି ବେପାରୀମାନେ ଗ୍ରାହକଙ୍କ ଠାରୁ ସେତିକି ନେଉଛନ୍ତି । କିନ୍ତୁ ବେପାରୀମାନେ ହୋଲସେଲରଙ୍କ ଠାରୁ ଏହି ସିମେଂଟକୁ ଅଧା ଦାମରେ କିଣୁଛନ୍ତି । ଏହାଦ୍ୱାରା ସିମେଂଟ ବେପାରୀମାନେ ଲାଭବାନ ହେଉଛନ୍ତି । କିନ୍ତୁ ଯେଉଁମାନେ ଘର ନିର୍ମାଣ କରୁଛନ୍ତି ସେମାନେ କାନ୍ଦୁଛନ୍ତି । କାରଣ ସିମେଂଟ କିଣିବା ବେଳେ ତାହାର ଏକ୍ସପାଇରୀ ଡେଟ ଦେଖିବା ସମ୍ଭବ ନୁହେଁ । ସିମେଂଟ ବ୍ୟବହାର ହୋଇଗଲା ପରେ କେତେକ ଲୋକଙ୍କ ଘରର କାନ୍ଥ ଫାଟିଲାଣି । ଏହାପରେ ଲୋକେ ସିମେଂଟ ଜରି ଦେଖିବା ପରେ ଜାଣିବାକୁ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର କରିଲୋପାଟଣାରେ ଥିବା ବିଭିନ୍ନ ଛକରେ ଏହିପରି ଏକ୍ସପାଇରୀ ସିମେଂଟ ବିକ୍ରି ହେଉଛି । ଏହି ଅଂଚଳର କେତେକ ଲୋକ ଏହି ଏକ୍ସପାଇରୀ ସିମେଂଟ ବେପାରୀଙ୍କ ହାବୁଡରେ ପଡି ଯାଇଛନ୍ତି । ସିମେଂଟ ବେପାରୀମାନଙ୍କୁ ଏହି କଥା କହିବା ପରେ ସେମାନେ ମାରିବାକୁ ଗୋଡାଉଛନ୍ତି । ଏହି ସିମେଂଟ ବେପାରୀମାନେ ଯେଉଁ ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି ସେଥିରେ କେତେକ ଗୁଣ୍ଡା ପୋଷିଛନ୍ତି । ଏହି ଗୁଣ୍ଡାମାନେ ଲୋକଙ୍କୁ ଅଭିଯୋଗ ନ କରିବା ପାଇଁ ଧମକ ଚମକ ଦେଉଛନ୍ତି । ଗୁଣ୍ଡାମାନଙ୍କ ଦୌରାତ୍ମ୍ୟରେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି ପଛେ ଥାନାରେ ଅଭିଯୋଗ କରିବାକୁ ସାହାସ କରୁ ନାହାଁନ୍ତି । କାରଣ ଗୁଣ୍ଡାମାନେ କହୁଛନ୍ତି ଅଭିଯୋଗକାରୀଙ୍କୁ ହାଣିବେ । ସାଧାରଣ ଲୋକମାନେ ଏସମ୍ପର୍କରେ ଜାଣିବା ସମ୍ଭବପର ହେଉନଥିବାରୁ ସେମାନଙ୍କୁ ବେପାରୀମାନେ ଠକୁଥିବା ଦେଖାଯାଇଛି । ଜିଲାର ମାର୍ଶାଘାଇ, ଗରଦପୁର, ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ପ୍ରଭୃତି ଅଂଚଳରେ ମଧ୍ୟ ଏଭଳି ଏକ୍ସପାରୀ ସିମେଂଟ ବସ୍ତାସବୁ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ଏହି ସିମେଂଟକୁ ବିକ୍ରୀକରି ବେପାରୀମାନେ ମାଲାମାଲ ହେଉଥିବା ବେଳେ ସାଧାରଣ ଲୋକମାନେ ଏହି ଏକ୍ସପାରୀ ସିମେଂଟବସ୍ତା କିଣି ଠକାମୀର ଶୀକାର ହେଉଛନ୍ତିି । ସାଧାରଣ ଗରୀବ ଲୋକଟି ସିମେଂଟ କିଣି ଘରଟିଏ କରିବା ପରେ ଅତି କମ୍ରେ ଘରଟିର ଆୟୁଷ ୫୦ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଥିବା ବେଳେ ଏଭଳି ଏକ୍ସପାରୀ ସିମେଂଟରେ ସେହି ଘରଟି ନିର୍ମାଣ କରାଗଲେ ତା’ର ଆୟୁଷ ୧୦ବର୍ଷ ମଧ୍ୟରେ ରହୁଛି । ଏହାଦ୍ୱାରା ଜଣେ ସାଧାରଣ ଗରିବ ଲୋକଟି ଏକ୍ସପାରୀ ସିମେଂଟରେ ଘର କଲେ ଯଦି ତା’ର ଘର ଭାଙ୍ଗି ଯାଏ ତେବେ ସେ ଆଉ ଗୋଟିଏ ଘର କରିବା ସମ୍ଭବ ହେବନାହିଁ । ଫଳରେ ଖୋଲା ଆକାଶ ତଳେ ସେହି ଲୋକଟି ରହିବାକୁ ବାଧ୍ୟ ହେବ । ଦ୍ୱିତୀୟରେ ତା’ର ଘରଟି ଭାଙ୍ଗି ପଡିଲେ ସେଥିରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ସାଧାରଣ ଲୋକଙ୍କୁ ଏହି ଠକାମୀରୁ ରକ୍ଷା କରାଯିବା ପାଇଁ କେହି ଦୃଷ୍ଟି ଦେଉନଥିବା ବେଳେ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *