ଭୁବନେଶ୍ୱର, ୧୩ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାର ବିଜୟିନୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଶ୍ରୀମତୀ ସଂଯୁକ୍ତା ସେଠୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ବର୍ଦ୍ଧିତ କରିଛନ୍ତି ।
ମନ୍ତ୍ରୀ ଡଃ ମହାଲିଙ୍ଗ ଶ୍ରମତୀ ସଂଯୁକ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ ଜନସେବାର ସଫଳତା ଓ ସମ୍ମାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଆଶ୍ୱାସନାପୂର୍ଣ୍ଣ ଶବ୍ଦ ରୋଗୀର ଅଧା ଯନ୍ତ୍ରଣା ଉପଶମ କରିଥାଏ । ଏହାକୁ ହୃଦୟଙ୍ଗମ କରି ରାଜ୍ୟର ଡାକ୍ତର, ସେବିକା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସଂଯୁକ୍ତାଙ୍କ ଭଳି ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ସମ୍ବର୍ଦ୍ଧନା ସମୟରେ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।