ହିନ୍ଦୋଳ୦୧/୦୧/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାମ ନେଉନି। ହାତୀ ଆକ୍ରମଣରେ ମଣିଷ ମରିବା, ବନ୍ୟଜନ୍ତୁ ଶିକାର ଅବା ବନ୍ୟଜନ୍ତୁ ଓ ହାତୀଙ୍କ ଦ୍ୱାରା ଫସଲ ହାନି ଦୈନନ୍ଦିନ ଘଟଣାରେ ପରିଣତ ହୋଇସାରିଥିଲେ ମଧ୍ୟ ହିନ୍ଦୋଳ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପରବାୟ ନାହିଁ ସତେ ଯେପରି ନିଦାବିଷ୍ଣୁ ପାଲଟି ବେଫିକର ବେପରବାୟ। ସେହିପରି ଏକ ଅଭାବନୀୟ ଘଟଣାରେ ଆଜି ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟl ବିଟ ଅଧୀନ ବlରସିଂଗା ଗ୍ରାମର ସ୍ବର୍ଗତ ଧନେଶ୍ୱର ମହାରଣାଙ୍କ ପୁଅ ନବକିଶୋର ମହାରଣା(୬୮) କୌଣସି କାର୍ଯ୍ୟରେ ଯାଉଥିବାବେଳେ ଆଜି ଦିନ ୮ଘଣ୍ଟା ସମୟରେ ବାରସିଙ୍ଗା ଗ୍ରାମ ବନ୍ଧ ନିକଟରେ ହଟାତ ବଣୁଆ ହାତୀ ଆସି ଆକ୍ରମଣ କରି ନବକିଶୋରଙ୍କୁ ପାଦରେ ଦଳି ଦେବାସହ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ନବକିଶୋର ଗରୁତର ଆହତ ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଗ୍ରାମବାସୀ ଆସି ଦେଖି ବନବିଭାଗକୁ ଖବର ଦେଇଥିଲେ ଏବଂ ବାଲିମି ପୋଲିସ ଓ ବନବିଭାଗ ଅଧିକାରୀ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଆବଶ୍ୟକ କ୍ଷତିପୂରଣ ଦିଆଯିବାପାଇଁ ପରିବାର ଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି। ତେବେ ନିକଟରେ ପୂର୍ବରୁ ହାତୀ ଆକ୍ରମଣରେ କିଛି ଲୋକ ମୃତ୍ୟୁବରଣ କରିଥିବା ଇତ୍ୟାଦି ପାଇଁ ବନବିଭାଗର ପlରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ହିନ୍ଦୋଳ ଜନସାଧାରଣ ବନବିଭାଗ ଉପରୁ ଆସ୍ଥା ହରାଇଛନ୍ତି।
ହିନ୍ଦୋଳରେ ପୁଣି ହାତୀ ଆକ୍ରମଣରେ ବୃଦ୍ଧ ମୃତ
