ଦେବସ୍ନାନ ଉତ୍ସବରେ ‘ଦେବସ୍ନାତା’ ଉନ୍ମୋଚନ ଓ ଆଲୋଚନା ଚକ୍ର

କଟକ,୨୫/୬/୨୦୨୪ (ଓଡ଼ିଶା ସମାଚାର)- ସମାଜ, ସଂସ୍କୃତି ଓ ସ୍ୱାସ୍ଥ୍ୟ ସେବାରେ ରୁଚି ରଖୁଥିବା ସମସ୍ତଙ୍କ ପାଇଁ ‘ଦେବସ୍ନାତା’ ସ୍ମରଣିକାର ଆବଶ୍ୟକତା ରହିଛି ବୋଲି ଉନ୍ମୋଚନ ପରେ ଦେବସ୍ନାନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି । ଆୟୁର୍ବେଦ ଗବେଷକ ତଥା ଅନୁଷ୍ଠାନର ସଭାପତି ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ନିଆଳି ବିଧାୟକ ଛବି ମଲ୍ଲିକ, କଣ୍ଟାପଡା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, ସାହିତି୍ୟକ ରାଜକିଶୋର ସ୍ୱାଇଁ, ଆକାଶବାଣୀର ନମିତା ଶତପଥୀ, ଡାକ୍ତର ମିନତି ମହାରଣା, ଗବେଷକ ହଂସନାଥ ସାହୁ, ବଙ୍ଗାଳି ଚରଣ ପରିଜା ପ୍ରମୁଖ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ଉତ୍ସବ ଏବଂ ଦେବ ଦେଈ-ସାଧୁ ବିଷ୍ଣୁଚରଣ ସ୍ମୃତି ସଂସଦର ଏଭଳି ସାଧୁ ଉଦ୍ୟମର ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠିତ କର୍ମଶାଳାରେ ଶିକ୍ଷାବିତ୍ ମଧୁସୂଦନ ମହାପାତ୍ର, ଅଜୟ କୁମାର ପାତ୍ର, ଲକ୍ଷ୍ମୀଧର ବେହେରା, ଶରତ କୁମାର ପାଢୀ, ବିଳାସ ଚନ୍ଦ୍ର ସାହୁ, ଚିନ୍ମୟ ରଞ୍ଜନ ମହାରଣା, ଡଃ ବସନ୍ତ କୁମାରୀ ନନ୍ଦ, ବ୍ୟଙ୍ଗକବି ରଞ୍ଜନ କୁମାର ସାହୁ, ସର୍ବେଶ୍ୱର ନାୟକ, ଗଣେଶ ଚନ୍ଦ୍ର ସାହୁ, ପ୍ରଣୟ କୁମାର ରାଉତରାୟ, ନିରୂପମା ସାହୁ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ସ୍ନାନଯାତ୍ରା ସମ୍ପର୍କରେ ସନ୍ଦର୍ଭ ପାଠ କରିଥିଲେ । ଉତ୍ସବରେ ନୃତ୍ୟଶିଳ୍ପୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସିଂ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟଶିବିର, କବି ସମ୍ମିଳନୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପଢୈାକନ ଓ ମାନପତ୍ର ପ୍ରଦାନ ପୂର୍ବକ ଦେବସ୍ନାତା ସମ୍ମାନ- ୨୦୨୪ରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *