କସର୍ଦା ଉଚ୍ଚବିଦ୍ୟାଳୟ ଏବଂ କସର୍ଦା କଲେଜରେ ଯୋଗଦିବସ ପାଳିତ

ନିଆଳୀ,୨୫/୬/୨୦୨୪ (ଓଡ଼ିଶା ସମାଚାର)-କସର୍ଦା ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ, ବିଦ୍ୟାଳୟ ନିରାପତ୍ତା ସପ୍ତାହ, ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ଆଧାରରେ ଆଇ.ଟି ଓ ସାଇବର ଅପରାଧ  ସଚେତନତା ଆଦି କାର୍ୟ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ପିଲାମାନଙ୍କ ପାଇଁ ‘ବ୍ୟାଗ୍ ଲେସ୍ ଡେ ‘ ଥିଲା ଓ ଖୁବ୍ ଆନନ୍ଦ ଦାୟକ ତଥା ଶିକ୍ଷଣୀୟ ଦିବସ ଥିଲା । ବିଦ୍ୟାଳୟର ସମସ୍ତ  ଶିକ୍ଷକ,ଶିକ୍ଷୟତ୍ରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ସେହିଭଳି ,କସର୍ଦା ଦୋଳ ଗୋବିନ୍ଦ ବ୍ରଜ କିଶୋର ମହାବିଦ୍ୟାଳୟରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି. । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ମିଶ୍ରଙ୍କ ସଭାପତିତ୍ୱରେ ୟୁଥ ରେଡକ୍ରସ ସଂଯୋଜକ ଡ଼ ସମରେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ ।.ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପିକା ସ୍ନେହଲତା ସାହୁ, ଅଧ୍ୟାପକ ଡ଼ ପିତାମ୍ବର ସାହୁ, ପ୍ରଣବ କୁମାର ସ୍ୱାଇଁ, ଗୋପାଳ ରଥ, ରାଜ କିଶୋର ବାରିକ, ମମତା ସ୍ୱାଇଁ, ନଳିନୀ ତାଣ୍ଡି, ମୁରଲୀଧର ମହାନ୍ତି ଯୋଗ ଦେଇ  ଯୋଗ ମାଧ୍ୟମରେ ଏକ ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ଡ଼ ପିତାମ୍ବର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *