ଅସହାୟଙ୍କୁ ସହାୟ ହେଲା ରୂପାୟନ ଓ ଇମାମି

ରେମୁଣା, ୨୮/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ବେଚ୍ଛାସେବୀ ଅନୁଷ୍ଠାନ ରୂପାୟନ ଏବଂ ଇମାମିର ମିଳିତ ସହଯୋଗରେ ରେମୁଣା ସ୍ଥିତ ଆଠନ୍ତର ଠାରେ ଅସହାୟ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କମ୍ବଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ସହିତ ରୂପାୟନ ସଂସ୍ଥା ତରଫରୁ ଜଣେ ଭିନ୍ନକ୍ଷମ ଏବଂ ଅନ୍ୟ ଜଣେ ଚାଲି ପାରୁ ନଥିବା ବýକ୍ତିଙ୍କୁ ଯଥାକ୍ରମେ ଆଶା ବାଡ଼ି ଓ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ବ ରୂପାୟନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳୀ ରାୟ ନିର୍ବାହ କରିଥିବା ବେଳେ ଅନ୍ୟମାନଙ୍କ ମଧýରେ ରେମୁଣା କ୍ଷୀରଚୋରା ମନ୍ଦିରର ପରିଚାଳକ ପ୍ରଶାନ୍ତ ମହାପାତ୍ର, କିଶୋର ଅଗ୍ରୱାଲ, ମିନତୀ ପାତ୍ର, ସୀତାରାମ ପାତ୍ର, ବୁଦ୍ଧିରାମ ଦଳେଇ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *