କବି ଡ ଆର୍ତ୍ତତ୍ରାଣ ସାହୁଙ୍କ ପୁସ୍ତକ ‘ଶ୍ରୀ ଗଣେଶ’ ଉନ୍ମୋଚିତ

ନିରାକାରପୁର, ୧୫/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବିଶିଷ୍ଟ କବି  ଡ ଆର୍ତ୍ତତ୍ରାଣ ସାହୁଙ୍କ ପୁସ୍ତକ ‘ଶ୍ରୀ ଗଣେଶ ‘ ର ଶୁଭ ଉନ୍ମୋଚନ ହୋଇଯାଇଛି। ଜୟଦେବ ଭବନରେ ନିଶିଗନ୍ଧା ସାହିତ୍ୟ ଅନୁଷ୍ଠାନର ସ୍ଵନକ୍ଷତ୍ର ଉତ୍ସବ ଅବସରରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ତଥା ସଭାପତି ଡ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମ ବିଭୂଷଣ ରମାକାନ୍ତ ରଥ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାୟ , ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି ଓ ନିଶିଗନ୍ଧା ନିର୍ଦ୍ଦେଶକ ବଳରାମ ତରାଇ ପ୍ରମୁଖ ଉପସ୍ଥିତ ରହି କବି ଡ ଆର୍ତ୍ତତ୍ରାଣ ସାହୁଙ୍କ ରଚିତ ପୁସ୍ତକ ‘ ଶ୍ରୀ ଗଣେଶ ‘ କୁ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରିଥିଲେ। କବି ଡ ଆର୍ତ୍ତତ୍ରାଣ ଙ୍କ ଲିଖିତ ବିଭିନ୍ନ କବିତା ପୁସ୍ତକ ଜନ ଆଦୃତ ହୋଇପାରିଛି।

Leave a Reply

Your email address will not be published. Required fields are marked *