ବାଲିଗୁଡା ୧୧/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷା ନିକେତନ ତରଫରୁ ଆୟୋଜନ କରା ଯାଇଥିଲା ।

ଉକ୍ତ ଆଲୋଚନା ଚକ୍ର କୁ ଶିକ୍ଷା ନିକେତନ ର ସଭାପତି ରାଜକି ଶୋର ପାଢ଼ୀ ପରିଚାଳନା କରିଥିବା ବେଳେ , ଓଡିଶା ଆଦର୍ଶ ବିଦ୍ୟା ଲୟର ପ୍ରିନ୍ସପାଲ ରେଖାରାଣୀ ମହାପାତ୍ର , ଶିକ୍ଷା ନିକେତନର ଉପଦେଷ୍ଠା ଭଗବାନ ଜେନା, ଉପକ୍ଷଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଆଇ ପି ଏସ,ପ୍ରିନ୍ସ ପାଲ ଶିକ୍ଷା ନିକେତନ ଓ ବାଲିଗୁଡା ଅଞ୍ଚଳର ବିଭିନ୍ନ ସ୍କୁଲ୍ ଓ କଲେଜରୁ ୮୦ ରୁ ଅଧିକ ଛାତ୍ରୀ ଯୋଗଦେଇ ଆଲୋଚନା କରିଥିଲେ । ଛାତ୍ରୀ ମାନଙ୍କର ବିକାଶ ହେଲେ ରାଷ୍ଟ୍ରର ବିକାଶ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଲୋଚନା ଚକ୍ରରେ ଭାଗ ନେଇଥିବା ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
