(୨୮ ଥର ରକ୍ତଦାନ ସହ ପଶୁପକ୍ଷୀଙ୍କ ସେବାରେ ବ୍ରତୀ )
କଟକ, ୨୪/୬/୨୦୨୪ (ଓଡ଼ିଶା ସମାଚାର) : ଯୁବ ସୁଲଭ ପ୍ରତିଭା,ସଂଗଠକ ତଥା ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) କଟକ ସଦର ଶାଖା ସଦସ୍ୟ ଇଂ.ସୁରଜ ବେହେରା । ଆଦର୍ଶ ଶିକ୍ଷକ ଭାବେ ବସୁନ୍ଧରାରେ କାର୍ଯ୍ୟରତ । ଅଭାବୀ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ ସହ ଗୁଣାତ୍ମକ ଶିକ୍ଷାର ବିକାଶ,ପ୍ରଗତିଶୀଳ ଶିକ୍ଷା ପରିବେଶ ସୃଷ୍ଟି,ବିଦ୍ୟାର୍ଥୀ ମାନଙ୍କ ଚରିତ୍ର ଗଠନ ଆଉ ସଂସ୍କାରବାଦୀ କରାଇବାରେ ଶତତ ଚେଷ୍ଟିତ । ତାଙ୍କ ନିଶା ସମାଜ ସେବା ଆଉ ସାହିତ୍ୟ ପ୍ରେମୀ । ଏଯାବତ୍ ୨୮ ଥର ସ୍ୱଚ୍ଛାକୃତ ରକ୍ତଦାନ କରିଛନ୍ତି । ଖାଦ୍ୟ ବଣ୍ଟନ, ଚିକିତ୍ସାଳୟ ଓ ଆଶ୍ରମ ସଫେଇ,ରୋଗୀ ସେବା,ବୃକ୍ଷରୋପଣ,ସ୍ବାସ୍ଥ୍ୟସେବା ଶିବିର,କରୋନା ଏବଂ ବାହାନଗା ବାଲେଶ୍ଵର ରେଳ ଦୁର୍ଘଟଣା, ଦୁର୍ବିପାକରେ ଜରୁରୀ ସେବା ପ୍ରଦାନ,ସାହିତ୍ୟ ସଂସ୍କୃତି ବିକାଶ,ଅଙ୍ଗଦାନ ସଚେତନତା, ଏସସିବି କଟକ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀ ମାନଙ୍କୁ ରକ୍ତ ଯୋଗାଇବା ଆଦି ଅନେକ ଜନ ମଙ୍ଗଳ କାର୍ଯ୍ୟର ଜଣେ ସୃଜନଶୀଳ ସ୍ରଷ୍ଟା । ଆହତ କୁକୁର,ବୁଲା ଗାଈ,ବୁଲା ଷଣ୍ଢ ଇତ୍ୟାଦିକୁ ରେସ୍କୁ ଟିମ୍ ସହ ମିଶି ଓ ସେମାନଙ୍କୁ ଡାକି ପ୍ରାୟ ୩୫ ଅଧିକ ପଶୁ ମାନଙ୍କୁ ରେସ୍କ୍ୟୁ କରିଛନ୍ତି,ଜଳପାତ୍ର ବୃକ୍ଷ ମାନଙ୍କରେ ବାନ୍ଧି ଜଳ ବ୍ୟବସ୍ଥା କରାଇ ପାରିଛନ୍ତି ।