ରାଜନୈତିକ ଛକାପନ୍ଝା ନେଲା ଉଗ୍ରରୂପ, ହଣା କଟାରେ ଉଭୟ ପକ୍ଷର ତିନି ଗୁରୁତର ଆହତ

କଟକ ସଦର , ୨୪/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ଗଣତି ପରଠାରୁ କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ଵାରଦା ପଞ୍ଚାୟତରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ଛକାପନ୍ଝା ଗତକାଲି ରବିବାର ବିଳମ୍ବିତ ରାତିରେ ଉଗ୍ରରୂପ ନେଇଥିବା ଜଣାପଡିଛି। ଉଭୟ ବିଜେଡ଼ି ଓ ବିଜେପି ଗୋଷ୍ଠୀଙ୍କ ହଣା କଟାରେ ଉଭୟ ପକ୍ଷର ତିନି ଜଣ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ଉଭୟ ପକ୍ଷର ଏତଲା ଉପରେ ପୋଲିସ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି। ପ୍ରକାଶ ଯେ ଗତକାଲି ରାତିରେ ବିଜେଡ଼ି ସମର୍ଥକ କୁହାଯାଉଥିବା ମୂର୍ଗାକୁଳ ଗ୍ରାମର ଵାସୁଆ ଓରଫ୍ ନିରଞ୍ଜନ ପଟାୟତ ଓ ତାଙ୍କର ଦୁଇ ସହଯୋଗୀ ମାନେ ଶଗଡ଼ି ଗ୍ରାମର ବିଜେପି ସମର୍ଥକ କୁହାଯାଉଥିବା ଗୈ।ତମ ବେହେରା ଓ ସୁବ୍ରତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ କରିଥିଲା ବେଳେ ବିଜେପି ସମର୍ଥକମାନେ ଵାସୁଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଉକ୍ତ ସମ୍ବେଦନଶୀଳ ଘଟଣା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ପ୍ରଧାନ ଥାନାରେ ସଜାଗ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *