ଓଡ଼ଗାଁ,୩୦/୦୫/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀଶ୍ରୀ ଲଡ଼ୁକେଶ ମହେଶ ସେବାୟତ ସଂଘ ଶରଣକୁଳ ପକ୍ଷରୁ ଶୁକ୍ରବାର ଦିନ ଅପରାହ୍ନରେ ମନ୍ଦିର ପରିସରରେ ସେବାୟତ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ସେବାୟତ ମାନେ ନିଜର ନ୍ୟାର୍ଯ୍ୟ ଦାବିକୁ ଏହି ସଭାରେ ଉପସ୍ଥାପନା କରିଥିଲେ ।
ଦୀର୍ଘ ଦିନଧରି ସେବାୟତ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ମନ୍ଦିର କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରସାଶନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ସଂଘ ର ସଦସ୍ୟ ମାନେ କହିଛନ୍ତି ।
ବୃଦ୍ଧ ଓ ଦିବ୍ୟାଙ୍ଗ ସେବାୟତ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବା, ସେବାୟତ ମାନଙ୍କ ଘର ଡିହକୁ ରୟିତି କରିବା, ପାଳିଆ ମାନଙ୍କୁ ୫୦୦ ଟଙ୍କା ପ୍ରଦାନ କରିବା, ଭୂମିହୀନ ସେବାୟତଙ୍କୁ ଭୂମି ଯୋଗାଇଦେବା, ଠାକୁରଙ୍କ ଦାନ ଅର୍ଥରୁ ସେବାୟତ ମାନଙ୍କ ପ୍ରାପ୍ୟ ପ୍ରଦାନ କରିବା, ସେବାୟତଙ୍କୁ ନବନିର୍ମିତ ଦୋକାନଘର ଦିଆଯିବା ଆଦି ଦାବିଗୁଡିକୁ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପୂଜକ ସୁନୀଲ କୁମାର ବଡ଼ପଣ୍ଡା ଙ୍କ ସମେତ ଉପସ୍ଥିତ ସେବାସୀ ମାନେ ସଭାରେ ଉପସ୍ଥାପନ କରିଥିଲେ ।
