କଟକ ସଦର,୧୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଅବସର ନେବା ପରେ ଚଳିତ ନଭେମ୍ବର ୧୬ ତାରିଖ ଠାରୁ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ। ଏହା ଆଜି ଶୁକ୍ରବାର ଦିନ ଇଣ୍ଡିଆ ମିନିଷ୍ଟ୍ରି ଅଫ୍ ଲ ଆଣ୍ଡ ଜଷ୍ଟିସ ଡିପାର୍ଟମେଣ୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରୁ ଜଣାପଡିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆସନ୍ତା ୧୫ ତାରିଖରେ ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ ଏହି ଗୁରୁଦାୟିତ୍ୱ ତୁଲାଇବେ।
