କଟକ ଜିଲ୍ଲା ସ୍ତରୀୟ  ଆବାସ ବଣ୍ଟନର ଶୁଭାରମ୍ଭ,ଲକ୍ଷେ ୪ ହଜାର ଚାଳ ଘର ହେବ ଛାତ

କଟକ ସଦର,୧୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଓଡି଼ଶାରେ ଆବାସ ବଣ୍ଟନର ଶୁଭାରମ୍ଭ ବଲାଙ୍ଗୀର ଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସ୍ତରୀୟ ଆବାସ ବଣ୍ଟନର ଶୁଭାରମ୍ଭ ସଦର ବ୍ଲକ ଅନ୍ତର୍ଗତ ଜରିପଡା ଠାରେ ଆଜି ଶନିବାର ଦିନ ଅନୁଷ୍ଠିତ ହୋଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ,ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲାର ୧୪ ଟି ବ୍ଲକ ୩୭୩ ପଞ୍ଚାୟତରେ ୧ ଲକ୍ଷ ୪ ହଜାର ଚାଳ ଘର ହେବ ପକ୍କା ଛାତ ଘର। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୦ ହଜାର ହିତାଧିକାରୀଙ୍କୁ ଘର ଦିଆଯିବାକୁ ଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଘର ଦିଆଯିବ। ଜିଲ୍ଲାରେ ୧ ଲକ୍ଷ ୪୭ ହଜାର ୯୮୨ ଜଣ ଆବାସ ପାଇଁ ଆବେଦନ କରିଥିଲେ। ବିଭିନ୍ନ ପର୍ଯ୍ୟାୟ ସର୍ଭେ ପରେ ସେଥିରୁ ପ୍ରାୟ ୪୧ ହଜାରଙ୍କ ନାଁ କଟିଥିଵା ଜଣାଯାଇଛି।

Leave a Reply

Your email address will not be published. Required fields are marked *