ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୩ଜଣ ହୋଟେଲ କର୍ମଚାରୀ ଆହତ

ପୁରୀ,୧୩/୧୧/୨୦୨୬(ଓଡ଼ିଶା ସମାଚାର)–ପୁରୀ ବଡଦାଣ୍ତରେ ଏକ ରେଷ୍ଟୁରାଣ୍ଟରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ବଡ଼ଦାଣ୍ଡ ନିକଟରେ ଥିବା ଟିପି ହୋଟେଲ୍‌ରେ ଶୁକ୍ରବାର ଅପରାହ୍ନରେ ଭୟାବହ ବିସ୍ଫୋରଣ ଘଟିଛି।ରେଷ୍ଟୁରାଣ୍ଟରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ହଠାତ୍‌ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ତୀବ୍ର ଥିଲା ଯେ ରେଷ୍ଟୁରାଣ୍ଟର ସିଲିଂ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

 

Leave a Reply

Your email address will not be published. Required fields are marked *