ହିନ୍ଦୋଳ ରୁଙ୍ଗଟା ଇସ୍ପାତ କାରଖାନାରରେ ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ୨ ଶ୍ରମିକ ମୃତ, ୫ ଗୁରୁତର ଆହାତ

                                                   ମୁଖ୍ୟ ଫାଟକରେ ଉତେଜନା ,ପୋଲିସ୍ ମୃତୟନ
ଢେଙ୍କାନାଳ, ୨୪/୬/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧଠାରେ ଥିବା ରୁଙ୍ଗଟା ଇସ୍ପାତ କାରଖାନାରରେ ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ଦୁଇଜଣ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଓ ୫ଜଣ ଶ୍ରମିକ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି। ମୃତକ ଙ୍କ ପରିଚୟ ଏ ଯାଏ ମିଳିପାରିନାହିଁ । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଆଜି ସକାଳର ପ୍ରଥମ ସିଫ୍ଟରେ କାର୍ୟ୍ୟରତ ଥିବା ୯ ନମ୍ବର କିଲନ୍ ରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଦୁର୍ଘଟଣା ଖବର ପ୍ରସାରିତ ହେବା ମାତ୍ରେ ମୁଖ୍ୟ ଫାଟକରେ ଉତେଜନା ବଢୁଥିବା ଯୋଗୁଁ ବ୍ୟାପକ ପୋଲିସ୍ ମୃତୟନ କରାଯାଇଛି । ରୁଙ୍ଗଟା ଇସ୍ପାତ କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅଣ କୁଶଳୀ, ଶ୍ରମିକ ଓ ବେପରୁଆ ପରିଚାଳନା ତୃଟି ପାଇଁ ଘଟଣା ମୁଳ କାରଣ ହୋଇଥାଇ ପାରେ ବୋଲି ଲୋକମାନଙ୍କ ମତ ଏହାର ନିରପେକ୍ଷ ତଦନ୍ତ କରି ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସମେତ ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ନହେବାକୁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି । ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *