ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର

ଭୁବନେଶ୍ୱର, ୧୯/୬/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀକ୍ଷକ ଡି. ବି. ଗଡ଼଼ନାୟକ। । ସୂଚନା ଦେଇଥିଲେ । ସେ କହିଥିଲେ କି କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଆସନ୍ତା ଜୁଲାଇ ୮ ରେ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଅନୁଧ୍ୟାନ କରାଯିବା ପରେ ତାହାର ମରାମତି କରାଯିବ। ହେଲେ ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର । ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବିଶୃଙ୍ଖଳିତ ଏଏସଆଇ  ଅଧôକାରୀ । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ନିଷ୍ପତି ନେବେ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *