ସାଲେପୁର,୧୭/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା)- ସାଲେପୁର ବଜାର ସନ୍ନିକଟ ମା ସାହେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରେ ଥିବା କୂଅ ମଧ୍ୟରୁ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । କୂଅରେ ଢାଙ୍କୁଣି ଥିବାବେଳେ ଉକ୍ତ ଯୁବକ ଜଣଙ୍କ କିପରି କୂଅରେ ପଡି ମୃତ୍ୟୁ ବରଣ କଲା ତାହା ନେଇ ସନ୍ଦେହ ସୃଷ୍ଟି କରୁଛି।
ଅଗ୍ନିଶମ ବିଭାଗ କୂଅରୁ ଯୁବକର ମୃତ ଦେହ ଉଦ୍ଧାର କରିଥିବା ବେଳେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ କଟକ ପଠାଇଛି। ଯୁବକର ଡାହାଣ ହାତରେ ରମେଶ ଲେଖା ହୋଇଥିବା ଜଣାପଡିଛି। ଯୁବକର ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣଜଣାପଡ଼ିନାହଁ । ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
