କଟକସଦର ବିଜେପି ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ

 ନିଶ୍ଚିନ୍ତକୋଇଲି,୧୯/୬/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – ଭାରତୀୟ ଜନତା ପାର୍ଟି ର ଚାରି ଜଣ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । କଟକ ସଦର ନିର୍ବାଚନ ମଣ୍ଡଳୀ ର ଏହି ନେତା ମାନେ ହେଲେ ପୂର୍ବତନ ମଣ୍ଡଳ ସଭାପତି ସୁରେଶ ଜେନା, ରଞ୍ଜନ ନନ୍ଦ,କଟକ ଜିଲ୍ଲା ପୂର୍ବତନ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସବିତା ଦାଶ ଓ ଲକ୍ଷ୍ମୀଧର ଜେନା ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି । ନିଲମ୍ବିତ ହୋଇ ମଧ୍ୟ ନିର୍ବାଚନ ସମୟରେ ଦଳ ଓ ସଂଗଠନ ପ୍ରତି ଏମାନଙ୍କ ର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *