ଶୋକ ସମାଚାର : ଘୋଡ଼ା ନାଚ କଳାକାର ସୁଦାମ ସାହୁ ଙ୍କ ହୃଦଘାତରେ ପରଲୋକ,ଶୋକର ଛାୟା 

କଟକ ସଦର ,୦୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ଗୁରୁବାର ଥିଲା କୈବର୍ତ୍ତ ସମ୍ପ୍ରଦାୟଙ୍କ ପବିତ୍ର ଚଇତି ପର୍ବ। ଏଥିପାଇଁ କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମରେ କୈବର୍ତ୍ତ ମାନେ କୈ।ଳିକ ପର୍ବକୁ ଧୁମ ଧାମରେ ପାଳନ କରିଛନ୍ତି।

ଏହି ଅବସରରେ ପରମ୍ପରା ଅନୁଯାୟୀ ଗ୍ରାମରେ ଘୋଡ଼ା ନାଚ ଦଳ ସାହି ପରିକ୍ରମା କରିଥିଲେ। ଏଥିରେ ଘୋଡ଼ା ନାଚ କଳାକାର ସୁଦାମ ଚରଣ ସାହୁ (୬୪)ଘୋଡ଼ା ନଚାଇ ନଚାଇ ହାଲିଆ ହୋଇ ଆସି ଶୋଇପଡ଼ିଥିଲେ। ହେଲେ ଆଜି ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ବିଶେଷ କରି ଘୋଡ଼ା ନାଚ କଳାକାର ହୋଇଥିବାରୁ ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *