ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ ,୧/୭/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ଥାନା ପରିସର ମଧ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଅପରାଧିକ ଆଇନ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଥାନା ଅଧିକାରୀ ଉଲ୍ଲାସ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଜେଏମଏଫସି କୋର୍ଟ ରେ କାର୍ଯ୍ୟରତ ସରକାରୀ ଓକିଲ ଅଶୋକ ନାଏକ, ଦିଗାମ୍ବର ନାଏକ ,ଜୁନାଗଡ ବାର ସଭାପତି କୈଳାସ ଚୌଧୁରୀ, ଏ ସ୍ ଆଇ ପୂର୍ଣଦାଶ ,ଭି. ସୋରେନ,ପ୍ରମୂଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଜୁଲାଇ ପହିଲା ରୁ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନ୍ୟାୟ ସହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଉପରେ  ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଲୋକେ ଏହି ନୂତନ ଆଇନ୍ ଦ୍ଵରା କିପରି ତ୍ଵରିତ ନ୍ୟାୟ ପାଇ ପାରିବେ ଏବ୍ଂ ସାଧାରଣ ନାଗରିକ କିପରି ଉପକୃତ ହୋଇପାରିବେ ଏହାର ବିଭିନ୍ନ ଧାରା ଉପରେ ଆଲୋକ ପାତ କରାଯାଇଥିଲା l ଏହି ନ୍ୟାୟ ସଂହିତା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା କର୍ମକର୍ତ୍ତା ମାନେ ପ୍ରଶ୍ନ କରିଥିଲେ । କାର୍ଯ୍ୟକରି ହୋଇଥିବା ନ୍ୟାୟ ସଂହିତା ଦ୍ଵାରା ସାଧାରଣ ନାଗରିକ ସଚେତନ ହେବା ସହ ପୋଲିସ ଆଇନଜୀବୀଓ ପ୍ରଶାସକ ଏଥିନେଇ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ଆଇନ ଯିବି ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *