ଭୁବନେଶ୍ୱର,୨୮/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି. ଫଳରେ ପେଟ୍ରୋଲ, ଡିଜେଲ ଶସ୍ତା ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କୁ ଅନୁସରଣ କରି ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ, ଗ୍ୟାସ ଉପରୁ ଭାଟ କମେଇବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି ।
ପରିଷଦର ଆବାହକ ରବି ବେହେରା କହିଛନ୍ତି ଯେ ଓଡିଶାରେ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୮% ଓ ୨୪% ଭାଟ ଅଛି. ଏହାକୁ ୧୦% ପ୍ରତିଶତ କୁ କମେଇ ଗ୍ରାହକଙ୍କୁ ଲାଭ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି. ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରକୁ ଓଡିଶାରେ ନିୟନ୍ତ୍ରଣ କରିବା ପାଇଁ ଏକ ଆନ୍ତସ୍ତରୀୟ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବା ସହ ଜିଲ୍ଲା ସ୍ତରରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
