ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ; ୧୯ ମହିଳା ପୁଲିସ ଆହତ

ଭୁବନେଶ୍ୱର, ୨୮/୦୫/୨୦୨୪ (ଓଡ଼ିଶା ସମାଚାର)- ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସ ଦୁର୍ଘଟଣାଗ୍ରସ୍ତ। ପୁଲିସ ଗାଡି ନିର୍ବାଚନ ଡ୍ୟୁଟିକୁ ଯିବାବେଳେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୯ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ୯ଜଣ ମହିଳା ପୁଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ଳେନ୍ଦ୍ରାପଡ଼ା ଯାଉଥିବା ମହିଳା ପୋଲିସ ଗାଡ଼ିଟି ବାଣୀବିହାର ସତସଙ୍ଗ ପାର୍କ ଆଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *