ପୋଲସରା ରେ ଗୁଳିକାଣ୍ଡ, ୨ ଜଣ ଗୁରୁତର ଆହତ

ପୋଲସରା, ୨୫/୫/୨୦୨୪ (ଓଡ଼ିଶା ସମାଚାର)-ପୋଲସରା  ପୋକସୁଙ୍ଗା ଜଙ୍ଗଲରେ ଗୁଳିକାଣ୍ଡ । ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡର କାରଣ ଓ କିଏ ଗୁଳି କରିଛି ତାହା ଜଣାପଡ଼ିନାହିଁ । ଜଣକ ଗୋଡ଼ରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି । ହସପିଟାଲ ରେ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି । ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିବାବେଳେ ପଛପଟୁ ଗୁଳି ମାଡ଼ ହୋଇଛି । ଆହତ ଦୁଇଜଣ ଦେଖିନାହାନ୍ତି କିଏ ଗୁଳି ମାରିଲା । ବୁଗୁଡ଼ା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *