ଫେରାର ହୋଇଯାଇଥିବା ଏଏସ୍ଆଇ ଖେମୁଣ୍ଡୁ ଙ୍କୁ ଧରିବାକୁ ଭିଜିଲାନ୍ସ ବିଭାଗ ର ଉଦ୍ୟମ ଜାରି
ଜୁନାଗଡ଼,୨୭/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍ମା ଦେଇ ଥାନାରୁ ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ବିଭାଗ ୩୫ ଶହ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖିଥିବାବେଳେ ଫେରାର ହୋଇଯାଇଥିବା ଏଏସ୍ଆଇ ଖେମୁଣ୍ଡୁ ଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।