ପ୍ରିୟା ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ବସ୍ତିରେ ଦୀପାବଳି ପାଳନ ଓ ଶୁଖିଲା ଖାଦ୍ୟ ବଣ୍ଟନ 

କଟକ,୦୯/୧୧/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ପ୍ରିୟା ଫାଉଣ୍ଡେସନ, କଟକ ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରିୟା ମହାପାତ୍ରଙ୍କ ନେତୃତ୍ବରେ ଛତିଆ ସ୍ଥିତ ଏରସମା ଆଦିବାସୀ ବସ୍ତିର କୁନି କୁନି ପୁଅ ଝିଅଙ୍କ ଗହଣରେ ନିଆରା ଢଙ୍ଗରେ ଆଲୋକର ପର୍ବ ଦୀପାବଳି ପାଳନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। କୁନି କୁନି ପୁଅ ଝିଅମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳି ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଡଭୋକେଟ କାହ୍ନା ପଣ୍ଡା, ରାଜକିଶୋର ଦାସ ,ଇନ୍ଦୁରେଖା ସାହାଣୀ, ଲକ୍ଷ୍ମୀପ୍ରିୟା ମିଶ୍ର,ତାପସ ଏବଂ କଲ୍ୟାଣୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରିୟା ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

 

Leave a Reply

Your email address will not be published. Required fields are marked *