କଟକ ସଦର,୦୯/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଉତ୍କଳ ଯାଦବ ମହାସଭା ଅନୁବନ୍ଧିତ କଟକ ଜିଲ୍ଲା କମିଟିର କଟକ ସଦର କମିଟି ପକ୍ଷରୁ ୭ ନମ୍ବର ଜୋନାଲ ସାଂଗଠନିକ ବୈଠକ ମାଳିକା ବର୍ଣ୍ଣିତ ଗିରିକ୍ରୋଟ (ଗିରିଧାରୀ ମଠ) ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଟକ ଜିଲ୍ଲା ସଭାପତି ସମର ବେହେରାଙ୍କ ପୌରୋହିତ୍ୟରେ ଓ ଵ୍ୟଙ୍ଗକଵି ଅଧ୍ୟାପକ ପ୍ରତାପ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମହାସଭାର ଉପ ସଭାନେତ୍ରୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ରାଜ୍ୟ ସଂପାଦକ ସୁବୋଧ ବେହେରା, ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାସ, ଜିଲ୍ଲା ସଂପାଦକ ତୀର୍ଥଵାସୀ ବେହେରା, ଜିଲ୍ଲା ଯୁବ ସଭାପତି ରଞ୍ଜନ ପ୍ରଧାନ, ଉପସଭାପତି ମାନସ କୁମାର ବେହେରା, ଜିଲ୍ଲା ଯୁବ ସଂଗଠନ ସଂପାଦକ ବିଜୟ କୃଷ୍ଣ ବେହେରା, ଅଶୋକ କୁମାର ବେହେରା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇ ଜାତିର ଉନ୍ନତି ଓ ଦୃଢ଼ ସଂଗଠନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଗିରିକ୍ରୋଟରେ ଉତ୍କଳ ଯାଦବ ମହାସଭା ର ଜୋନାଲ କମିଟି ସାଂଗଠନିକ ବୈଠକ
