କଟକ ସଦର,୦୯/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ରବିବାର ଦୀପାବଳୀ ରାତିରେ ଵାଣଫୁଟା ସମୟ ଅତିକ୍ରାନ୍ତ ପରେ କଟକ ନୟାସଡକ ଅଞ୍ଚଳରେ ରାସ୍ତାରେ ବେଆଇନ ଭାବେ ବାଣ ଫୁଟାଇ ଲୋକଙ୍କୁ ହଇରାଣ ହରକତ କରାଯାଉ ଥିଲା। ଖଵର ପାଇ ମହିଳା ଏସିପି ଅନନ୍ୟା ଅୱସ୍ତି ଆଇପିଏସ୍ ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୋଲିସ କୁ ଦେଖି ବେଆଇନ ବାଣ ଫୁଟାଳିମାନେ ଘଟଣା ସ୍ଥଳରୁ ପଳାଇବା ପରିବର୍ତ୍ତେ ଏସିପି ଓ ଅନ୍ୟ ପୋଲିସ ମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିବାକୁ ପଛାଇନଥିଲେ। ସିସିଟିଭି ଫୁଟେଜ୍ ଯାଂଚ ପରେ ଏହି ଘଟଣାରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଅଟକ ରଖିଥିଲା । ସେମାନଙ୍କ ମଧ୍ୟରୁ ଆଜି ସୋମବାର ଦିନ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସିସି ଟିଭି ଫୁଟେଜ ଆଧାରରେ ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି।
ମହିଳା ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ
