ବାର୍ଷିକୋତ୍ସବ ପାଇଁ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ ସଦର,୦୯/୧୧/୨୦୨୬( ଓଡିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଆଜି ସୋମବାର ସଂଧ୍ୟାରେ ୪୨ ମୌଜା କଳପଡା ଠାରେ ସଂଗଠନର ସଭାପତି ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ପ୍ରଫେସର ମନୋଜ ନାୟକଙ୍କ ଆହ୍ୱାନରେ ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଙ୍କ ପୌରୋହିତ୍ୟରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାର୍ଷିକୋତ୍ସବ ର ରୂପରେଖ କିପରି ରହିବ ଏବଂ ଏହାର ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମରେନ୍ଦ୍ର ମହାପାତ୍ର, ଦିଲିପ କୁମାର ନାୟକ, ସରୋଜ ସାସମଲ,ପ୍ରଶନ୍ନ ବେହେରା, ସଂଜିବ ବିଶ୍ୱାଳ, ସୁନିଲ୍ ମୁଦୁଲି, ଚନ୍ଦନ ପରିଡ଼ା, ଆନନ୍ଦ ଦେବତା, ଅଭିମନ୍ୟୁ ସାହୁ,ସୂର୍ଯ୍ୟ ଭୁୟାଁ, କୁନା ସାହୁ,ସୂରଜ କୁମାର ବେହେରା ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଡି଼ସେମ୍ବର ୬ ରେ କଳପଡା ଠାରେ ସଂଗଠନର ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ସର୍ଵବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *