ବସ-ସ୍କୁଟି ଧକ୍କା ରେ ଜଣେ ମହିଳା ଙ୍କର ମୃତ୍ୟୁ

କେନ୍ଦ୍ରାପଡା ୨୮/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ସକାଳେ କଟକ-ଚାନ୍ଦବାଲି ରାଜ୍ୟ ରାଜ୍ୟପଥର ଚାନ୍ଦୋଳ ବଜାର ଖରିଦାସାହି ଛକରେ ବସ-ସ୍କୁଟି ଧକ୍କା ରେ ଜଣେ ମହିଳା ଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ପ୍ରିୟଙ୍କା ରାଉତରାୟ , ଘର ସାଲେପୁର ଥାନା ଭାତପଡା ଗ୍ରାମରେ।
ଆଜି ସକାଳେ ଓଏସଆରଟିସି ବସ ଟି କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଆରୋହୀଙ୍କ ସହ ଧକ୍କା ହୋଇଥିଲା। ସ୍କୁଟିରେ ଥିବା ମହିଳା ଜଣକ ତଳେ ପଡିଯାଇଥିଲେ। ଏବଂ ଓଏସଆରଟିସି ବସ୍ଟି ମହିଳାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *