ଜଗତସିଂହପୁର ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା -୨୦୨୬ ଉଦଘାଟିତ

ଜଗତସିଂହପୁର,୦୯/୧୧/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ସ୍ତରୀୟ ଛାୟା ସଂସଦ ୨୦୨୬ ପ୍ରତିଯୋଗିତା   ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତରିକୁନ୍ଦ ପରିସରରେ  ମହା ଆଡ଼ମ୍ବରରେ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥିମାନେ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ୱର୍ଗତ ସୋମନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଉଦଘାଟନୀ ସଭାରେ   ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ ମୁଖ୍ୟ ଅତିଥି,  ଅତିରିକ୍ତ ଶିକ୍ଷାଅଧିକାରୀ ଲକ୍ଷେହୀରା ଲାବଣ୍ୟ ବତୀ ବେହେରା, ଜଗତସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି, ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ  ଜିଲ୍ଲାର ୧୮ଟି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୭୨ଜଣ ପ୍ରତିଯୋଗୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲାବେଳେ, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରିକୁନ୍ଦର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରୀତି ମଞ୍ଜରୀ ଭୂୟାଁ ଧନ୍ୟଵାଦ ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ମନୋଜ କୁମାର ମିଶ୍ର ଏବଂ ପ୍ରତାପ କୁମାର ଲେଙ୍କା ବିଚାରକ ଭାବରେ ଯୋଗ ଦେଇ ସ୍ୱଚ୍ଛ ମୂଲ୍ୟାୟନ କରିଥିଲେ । ପି ଏମ ଶ୍ରୀ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୈତ୍ରୀ ସାହୁ ଏବଂ ପି ଏମ ଶ୍ରୀ ନରେନ୍ଦ୍ର ନାଥ ବିଦ୍ୟାପୀଠ ପୁନଙ୍ଗ ର ଛାତ୍ରୀ ତୃପ୍ତି ଗୋସ୍ୱାମୀ ଜିଲ୍ଲାରୁ ଶ୍ରେଷ୍ଠ ଭାବରେ ବିବେଚିତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ‘ଛାୟା ଜାତିସଂଘ ‘  ପାଇଁ ମନୋନୀତ ହୋଇ ଥିବାରୁ ଉଦଯାପନୀ ସଭାରେ ମଂଚାସୀନ୍ନ ଅତିଥିମାନେ ସେମାନଙ୍କୁ ମେମେଣ୍ଟୋ, ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ପି ଏମ ଶ୍ରୀ  ସରକାରୀ ଉଚ୍ଚ ବିଦ୍ୟାଳୟ,ପୂରଣ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମାଦେଳିଙ୍କ ସହ ସରକାରୀ ଉଚ୍ଚ ବିଦ୍ୟାଳୟ, ତରିକୁନ୍ଦର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏହି ପ୍ରତିଯୋଗିତାକୁ   ସଫଳ ରୂପାୟନ କରିବାରେ ସହାୟତା ପ୍ରଦାନ କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *