ସଜନାଛୁଇଁ ତୋଳିବା ସମୟରେ ବିଦ୍ୟୁତ ଆଘାତରେ ଜୀବନ ଗଲା

ନିଶ୍ଚିନ୍ତକୋଇଲି,୨୨/୦୭/୨୦୨୫(ଓଡିଶା ସମାଚାର /ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନିଜ ଘରପାଖରେ ଥିବା ସଜନା ଗଛରୁ ଛୁଇଁ ତୋଳିବା ସମୟରେ ବିଦ୍ୟୁତ ଆଘାତରେ ଜ୍ୟୋତି ରଞ୍ଜନ ସିଂହ (୫୯) ନାମକ ବ୍ୟକ୍ତିଙ୍କ ର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାଇ, ସଜନା ଗଛ ପାଖରେ ବିଦ୍ୟୁତ ତାର ଯାଇଥିବାରୁ ଛୁଇଁ ତୋଳିବା ବେଳେ ତାର  ସଂସ୍ପର୍ଶ ରେ ଆସିବାରୁ ବିଦ୍ୟୁତ କରେଣ୍ଟ ଲାଗି ଜ୍ୟୋତି ରଞ୍ଜନ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ଜ୍ୟୋତି ରଞ୍ଜନ ଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ସାଲେପୁର ଥାନାରେ ଲିଖିତ ଭାବେ ଏତଲା କରାଯିବା ପରେ ପୋଲିସ ମୃତ ଦେହ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *