ହିଞ୍ଜିଳି ଆସନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ଦାଖଲ

ଛତ୍ରପୁର/ ଭୁବନେଶ୍ୱର, ୩୦/୦୪/୨୦୨୪ (ଓଡ଼ିଶା ସମାଚାର)- ହିଞ୍ଜିଳି ଆସନ ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ , ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା, ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ। ଆସନ୍ତା ମେ ୨୦ରେ ହିଞ୍ଜିଳିରେ ମତଦାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଚଳିତଥର ୨ଟି ଆସନରୁ ଲଢୁଛନ୍ତି । ହିଞ୍ଜିଳି ସହ କଣ୍ଟାବାଞ୍ଝି ଆସନରେ ମଧ୍ୟ  ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ।

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ଦାଖଲ କରିବା ପୂର୍ବରୁ ମା ତାରାତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ  । ଏହାପରେ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଉଥିଲେ। ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ । ଛତ୍ରପୁରରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯିବା ବେଳେ ନବୀନଙ୍କୁ ରାସ୍ତା କଡରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *