ବାଲି ବୋଝେଇ ଟ୍ରକ୍ ବ୍ରିଜ୍ ତଳକୁ ଖସି ବାଳକ ମୃତ

ଢେଙ୍କାନାଳ,୩୦/୦୪/୨୦୨୪ (ଓଡ଼ିଶା ସମାଚାର)- ଏକ ବାଲି ବୋଝେଇ ଟ୍ରକ୍ ବ୍ରିଜ୍ ତଳକୁ ଖସି ପଡ଼ିବା ଫଳରେ ଜଣେ ମୃତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏଭଳି ଦୂର୍ଘଟଣା ଘଟିଛି । କୌଣସି କାରଣ ବଶତଃ ବାଲି ବୋଝେଇ ଟ୍ରକ୍ ଟି ବ୍ରିଜ ତଳକୁ ଖସିପଡିଛି। ମୃତକ ଜଣକ ହେଉଛନ୍ତି ଶୁଭକାନ୍ତ ବେହେରା । ସେ ଜଣେ ଅଷ୍ଟମ ଶ୍ରେଣୀରେ ଛାତ୍ର ବୋଲି ଜଣାପଡିଛି । ଶୁଭକାନ୍ତ ଗାଧୋଇବା ପାଇଁ ନାଳକୁ ଆସିଥିବାବେଳେ ଟ୍ରକଟି ତାଙ୍କ ଉପରେ ଚଢିଯାଇ ନାଳ ତଳକୁ ଖସିପଡିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *