କଟକ ସଦର , ୨୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାର ଓ କଟକ ମହାନଗର ନିଗମର ମହା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଭାରତୀୟ ଜନତା ପାର୍ଟି କଟକ ନଗର ଜିଲ୍ଲା ପକ୍ଷରୁ ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ଆଜି ସୋମବାର ଦିନ ଜନ ଆକ୍ରୋଶ ଶୋଭାଯାତ୍ରା ସହ ସିଏମସି ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ,
ପୂର୍ବତନ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ସମେତ କଟକ ସଦରରୁ ସଦର ଵିଜେପି ସଂଯୋଜକ ତଥା ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ସହର ଓ ସଦରରୁ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଆଇନ୍ ଅମାନ୍ୟ ଯୋଗୁ ବିକ୍ଷୋଭ ସ୍ଥଳରୁ ବିକ୍ଷୋଭକାରୀଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି।
କଟକ ନଗର ଜିଲ୍ଲା ଵିଜେପି ପକ୍ଷରୁ ଜନ ଆକ୍ରୋଶ ଶୋଭାଯାତ୍ରା ସହ ସିଏମସି ଘେରାଉ
