ଗରଦପୁର, ୧୯/୯/୨୦୨୪ (ଓଡ଼ିଶା ସମାଚାର)-ଇସଲାମ ଧର୍ମର ପ୍ରବର୍ତକ ମହମ୍ମଦ ଙ୍କ ଜନ୍ମ ଦିନ ଅବସରରେ ମଧୁଶାସନ ପଂଚାୟତ ଅନ୍ତର୍ଗତ ଚାଟରା ଠାରେ ଅବସ୍ଥିତ ମଦ୍ରାସା ଅହେୟା –ଉଲ- ୱଲୁମ ଆକୁକୂଲ୍ୟରେ ଏକ ଆନ୍ତ ଗ୍ରାମ ଉର୍ଦ୍ଧୁ ଓ ଓ ଆରବୀ ଶିକ୍ଷାର୍ଥି ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଦ୍ରାସା କମିଟିର ସହଯୋଗରେ ଓ ସମ୍ପାଦକ ମୁଫତି ସୟଦ ଅର୍ଶଦ ଜକି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମାଲେଗାଇଁ ଜିଲାର ଇସଲାମିକ୍ ଗୁରୁ ମୌଲାନା ହବିବୁର ରହେମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ହରବାଲ ଲାଇଫ୍ ର ଆନ୍ତର୍ଜାତିକ ସଭାପତି ମହମ୍ମଦ ଇମ୍ରାନୁଦିନ୍ ଖାନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଂଚଳର ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ମଦ୍ରାସା ପକ୍ଷରୁ ପ୍ରାୟ ୧୮ ଗୋଟି ମୁସଲମାନ୍ ବସ୍ତିରେ ଆରବୀ ଓ ଉର୍ଦ୍ଧୁ ପାଠ ପଢ଼ାଇବା ପାଇଁ ନିୟୋଜିତ ଶିକ୍ଷକ / ମୌଲବି ଓ ତାଙ୍କ ଅଧିନରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଏହି ବୌଦ୍ଧିକ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୁନି କୁନି ପିଲା ଓ ବଡ଼ ପିଲା ମାନଙ୍କୁ ନେଇ ଦୁଇଟି ଗୃପ୍ ରେ ଏହି ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗି ଓ ତାଙ୍କର ଶିକ୍ଷକ ମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଥିଲା । ଗୃପ୍ ଏ ବିଭାଗରେ ସୋହେବ ଖାଁ ୧ମ, ଫରଜନା ଖାତୁନ୍ ୨ୟ ଓ ସେବା ଇବ୍ରାହିମ୍ ୩ୟ ସ୍ଥାନ ଅଧିକାର କରିଥିଲେ । ଗୃପ୍ ଏ ରେ ୧ମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଙ୍କ ଶିକ୍ଷକ ମୌଲାନା ଅବଦୁଲ ଅଜିଜ ଙ୍କୁ ମସମ୍ବର୍ଦ୍ଧିତ କରାଯାଇଥିବାବେଳେ କୃତି ଛାତ୍ର ମାନଙ୍କୁ ସାଇକେଲ, ଟ୍ରଲି ବ୍ୟାଗ୍ ଓ ଡ଼ିନର ସେଟ୍ ଆଦି ଦେଇ ପୁରସ୍କୃତ କରାଯାଇଥିଲା । ଏହା ଦ୍ୱାରା ଶିକ୍ଷାର୍ଥି ମାନଙ୍କର ବୌଦ୍ଧିକ ବିକାଶ ଘଟିବ ବୋଲି ମଦ୍ରାସାର ସମ୍ପାଦକ ପ୍ରକାଶ କରିଥିଲେ । ମଦ୍ରାସାର ସମ୍ପାଦକ ମୁଚଫତି ସୟଦ ଅର୍ସଦ ଜକି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।